OTET ପରୀକ୍ଷା ତାରିଖ ଘୋଷଣା କଲା ବୋର୍ଡ଼

ଦୁଇଟି ସିଟିଂରେ ହେବ ପରୀକ୍ଷା

ଭୁବନେଶ୍ୱର, ୧/୮: OTET ପରୀକ୍ଷା ନେଇ ତାରିଖ ଘୋଷଣା କଲା ବୋର୍ଡ଼। ଆସନ୍ତା ଅଗଷ୍ଟ ୨୧ ତାରିଖରେ OTET ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୋର୍ଡ ଘୋଷଣା କରିଛି। ଦୁଇଟି ସିଟିଂରେ ଅନୁଷ୍ଠିତ ହେବ ପରୀକ୍ଷା। ସକାଳ ୯ଟାରୁ ସାଢେ ୧୧ଟା ଯାଏ ପେପର୍‌-୧ ଓ ପୂର୍ବାହ୍ନ ୨ଟାରୁ ସାଢେ ୪ଟା ଯାଏ ପେପର୍‌-୨ ପରୀକ୍ଷା ହେବ। ଏ ନେଇ ଅଗଷ୍ଟ ୨୨ରୁ ୱେବସାଇଟ୍‌ରେ ପରୀକ୍ଷାର୍ଥୀମାନେ ନିଜ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ଲିକ୍‌ ଯୋଗୁ ପୂର୍ବରୁ ନିର୍ଘଣ୍ଟ ତାରିଖରେ ପରୀକ୍ଷା ବାତିଲ କରାଯାଇଥିଲା। ଏହି ଲିକ୍ ମାମଲାରେ ଏଯାଏଁ ୭ ଜଣ ଗିରଫ ହୋଇ ସାରିଲେଣି।