କେନ୍ଦୁଝର, ୨/୮: ବିଜେଡ଼ି ନେତା ରାଜା ଚକ୍ରଙ୍କୁ ଅନ୍ତରୀଣ ଜାମିନ ମିଳିଛି। ସଦର ଥାନାର ଗୋଟିଏ ମାମଲାରେ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି କେନ୍ଦୁଝର ଜିଲ୍ଲା ଦୌରାଜଜ୍ କୋର୍ଟ। ୧୫ ଦିନ ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ଶ୍ଵଶୁରଙ୍କ ଅନ୍ତେଷ୍ଟି କ୍ରିୟାରେ ସାମିଲ ହେବା ପାଇଁ ତାଙ୍କୁ ଏହି ଜାମିନ ମିଳିଛି। ଜାମିନ ଅବଧି ପରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ନିର୍ଦ୍ଦେଶ ରହିଛି।
Prev Post
Next Post