ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୂତି ଉଦ୍ୟମ

ମହିଳା ମୃତ, ପୁରୁଷଙ୍କ ଅବସ୍ଥା ସଙ୍କଟାପନ୍ନ

ମୟୂରଭଞ୍ଜ, ୨/୮: ଶନିବାର ଦିନ ମୟୂରଭଞ୍ଜର ରରୁଆଁ ଥାନା ଅନ୍ତର୍ଗତ ଖିଚିଂ ଗାଁରେ ଏକ ଧାନ କ୍ଷେତରେ ଜଣେ ପୁରୁଷ ଏବଂ ଜଣେ ମହିଳା ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହୂତି ଉଦ୍ୟମ କରିଛନ୍ତି। ଘଟଣାଟି ଶନିବାର ସକାଳେ ଘଟିଥିଲା ଏବଂ ସେମାନଙ୍କୁ ଗୁରୁତର ଅବସ୍ଥାରେ ସୁକ୍ରୁଲି ହସ୍ପିଟାଲକୁ ପଠାଯାଇଥିଲା।

ଦୁର୍ଭାଗ୍ୟବଶତଃ, ଭାରତୀ ପାତ୍ର ନାମକ ମହିଳାଙ୍କୁ ‌ଡାକ୍ତର ମୃତ ଘୋଷଣା କରିଥିଲେ। ପୁରୁଷ ହରିଶଙ୍କର ଆଚାର୍ଯ୍ୟ ସୁକ୍ରୁଲି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲକୁ ପଠାଯାଇଥିଲା।

ଦୁଇଜଣ ଆତ୍ମହତ୍ୟା ଉଦ୍ୟମ କରିବାର କାରଣ ସ୍ପଷ୍ଟ ହୋଇନାହିଁ ଏବଂ ପୋଲିସ ଘଟଣାର ତଦନ୍ତ କରୁଛି। ଯଦିଓ ପ୍ରାଥମିକ ତଦନ୍ତରୁ ପ୍ରେମ ବ୍ୟାପାର ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡିଛି।