ବଳଙ୍ଗା ପୀଡ଼ିତା ମୃତ୍ୟୁ: ସରକାରଙ୍କୁ ଘେରିଲା ବିଜେଡ଼ି

୨ କୋଟି ଦିଅ କ୍ଷତିପୂରଣ ଦିଅ, ୭ ଦିନରେ ଦୋଷୀକୁ ଧର: ବିଜେଡି

ଭୁବନେଶ୍ୱର, ୨/୮: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜ୍ୟ ସରକାରଙ୍କୁ ଘେରିଲେ ମୁଖ୍ୟ ବିରୋଧୀ ଦଳ। ବିଜେଡ଼ି ନେତା ସଞ୍ଜୟ ଦାସବର୍ମା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପୀଡ଼ିତା ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର। କିନ୍ତୁ ସେ ପୀଡ଼ିତାଙ୍କୁ ଭେଟିବା ପାଇଁ ଭୁବନେଶ୍ବର ଏମ୍ସ ଗଲେନି। ପୀଡ଼ିତାଙ୍କ ଚିକିତ୍ସା ନେଇ ମେଡିକାଲ୍‌ ବୁଲେଟିନ୍‌ ଜାରି ହେଲାନି। ଏଯାବତ ପୋଲିସ ହାତ ଖାଲି ରହିଛି। ତେଣୁ ଏଥିରୁ ଜଣା ପଡିଛି, ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି। ତେଣୁ ସରକାରଙ୍କ ନିକଟରେ ଦାବି ରହିଛି ଯେ, ପୀଡ଼ିତାଙ୍କ ପରିବାରକୁ ସରକାର ୨ କୋଟି କ୍ଷତିପୂରଣ ଦିଅନ୍ତୁ। ଯେଉଁମାନେ ସମ୍ପୃକ୍ତ ୭ ଦିନ ଭିତରେ ସେମାନଙ୍କୁ ଧରନ୍ତୁ ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି।