ଭିଜିଲାନ୍ସ ଜାଲରେ ବୌଦ୍ଧ MVI

ଏକକାଳୀନ ୬ଟି ଠିକଣାରେ ଚଢ଼ାଉ

ବୌଦ୍ଧ, ୩/୮: ଭିଜିଲାନ୍ସ ଜାଲରେ ଫସିଲେ ବୌଦ୍ଧ ଏମଭିଆଇ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ତାଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି। ଭୁବନେଶ୍ୱର, ବାରିପଦା ଓ ବୌଦ୍ଧର ଏକାଧିକ ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ। ଏହି ଚଢ଼ାଉରେ ୪ ଜଣ ଡିଏସପି ଓ ୭ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି।

ନିମ୍ନଲିଖିତ ସ୍ଥାନରେ ଚଢ଼ାଉ ଚାଲିଛି:-

ମୟୁରଭଞ୍ଜ ଜିଲ୍ଲାର ବାରିପଦାର ପ୍ରଫୁଲ୍ଲ ନଗରରେ ଥିବା ବାସଭବନ

ବୌଦ୍ଧରେ ଶ୍ରୀ ହାଁସଦାଙ୍କ ଭଡା ଘର

ବୌଦ୍ଧ ଆରଟିଓ ଅଫିସରେ ଥିବା ଶ୍ରୀ ହାଁସଦାଙ୍କ କାର୍ଯ୍ୟାଳୟ ଚାମ୍ବର

ମୟୂରଭଞ୍ଜ ଜିଲ୍ଲାରେ ଖୁଣ୍ଟା ଥାନା ଅନ୍ତର୍ଗତ ଗୁଡିଡିହାରେ ଥିବା ତାଙ୍କ ପୈତୃକ ବାସଭବନ

ଭୁବନେଶ୍ୱରର ପାଣ୍ଡରାରେ ଥିବା ତାଙ୍କ ଝିଅ ଭଡାରେ‌ ରହୁଥିବା ଫ୍ଲାଟ

ବାରିପଦାର ବାଘଡିଆରେ ଥିବା ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ଘର