ମହିଳାଙ୍କ ମୃତଦେହ ଉଦ୍ଧାର

ତନାଘନା ଆରମ୍ଭ

କୁଚିଣ୍ଡା, ୩/୮: କୁଚିଣ୍ଡା ଥାନା ଅନ୍ତର୍ଗତ ଡ଼ିମିରିମୁଣ୍ଡା ଛକରୁ ଡିମୁରୀମୁଣ୍ଡା ଗାଁ ରାସ୍ତା ନିଛାଟିଆ ଜଙ୍ଗଲ ରାସ୍ତା କଡ଼ରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏ ନେଇ ପୋଲିସର ତନାଘନା ଆରମ୍ଭ ହୋଇଛି। ମହିଳାଙ୍କ ନାମ ବନିତା ମହାକୁଳ ଓ ସେ ଡ଼ିମିରିମୁଣ୍ଡାର ବୋଲି ଜଣାପଡିଛି। ମହିଳା ଜଣକ କୁଚିଣ୍ଡା ଦୈନିକ ବଜାରରେ ପରିବା କିଣି ଝାରସୁଗୁଡାରେ ବିକ୍ରି କରି ରାତିରେ ଫେରୁଥିଲେ। କିନ୍ତୁ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ସନ୍ଦେହ ଘେରରେ। ଏଣୁ ସମ୍ବଲପୁରରୁ ସାଇଣ୍ଟିଫିକ ଦଳ ସନ୍ଧନୀ କୁକୁରଙ୍କ ଦ୍ୱାରା ତଦନ୍ତ ଆରମ୍ଭ କରିଛି। ଏସଡିପିଓ, ଆଇଆଇସି ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି‌।