ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ଅନୁଗୁଳ, ୧୮/୮: ଅନୁଗୁଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଚାନକ ରେଡ୍ ହୋଇଛି। ସୁରେନ୍ଦ୍ରଙ୍କ ସହ ଜଡ଼ିତ ୮ଟି ଠିକଣାରେ ଏକକାଳୀନ ଚଢ଼ାଉ ଚାଲିଛି। ଅନୁଗୁଳ, ଭୁବନେଶ୍ବର, ସୁନ୍ଦରଗଡ଼, ଗଞ୍ଜାମ ଓ ରାଉରକେଲାରେ ରେଡ୍ ଚାଲିଛି‌। ସୁନ୍ଦରଗଡ଼ରେ ଚିନି ମହଲା ଘର, ରାଉରକେଲା ଛେଣ୍ଡରେ ଦୁଇ ମହଲା ଘର, ଭୁବନେଶ୍ୱର ଘାଟିକିଆ, ଅରୋଭିଲାରେ ଦୁଇଟି ଫ୍ଲାଟ ଏବଂ ଅନୁଗୁଳର ଏକାଧିକ ସ୍ଥାନରେ ଚଢ଼ାଉ ଚାଲିଛି। ଏହି ରେଡ୍‌ରେ ୩ ଜଣ DSP, ୧୦ ଜଣ ଇନ୍ସପେକ୍ଟର ଓ ୪ ଜଣ ASI ସାମିଲ ଅଛନ୍ତି।