IED ବ୍ଲାଷ୍ଟ: ଡିଆରଜି ଯବାନ ସହିଦ

ଅପରେସନ ବେଳେ IED ବିସ୍ଫୋରଣ କଲେ ମାଓବାଦୀ

ବିଜାପୁର, ୧୮/୮: ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀମାନଙ୍କ ଦ୍ୱାରା ଆଇଇଡି ବିସ୍ଫୋରଣରେ ଛତିଶଗଡ଼ ପୋଲିସର ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି)ର ଜଣେ ଯବାନ ସହିଦ ହୋଇଛନ୍ତି। ଆଉ ଜଣେ ଯବାନ ଏବଂ ଅନ୍ୟ ଦୁଇ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସୋମବାର ସକାଳେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳରେ ଡିଆରଜି ଯବାନଙ୍କ ପକ୍ଷରୁ ମାଓ ବିରୋଧୀ ଅଭିଯାନରେ ଚାଲିଥିବା ବେଳେ ବିସ୍ଫୋରଣ ଘଟିଥିଲା। ସହିଦ ଡିଆରଜି ଯବାନ ହେଉଛନ୍ତି ଦିନେଶ ନାଗ।