ସ୍ପେଶାଲ OTET ପୁଣି ସ୍ଥଗିତ

OTET ସ୍ଥଗିତ ନେଇ ସୂଚନା ଜାରି କଲା BSE

କଟକ, ୨୧/୮: ଆସନ୍ତା ୩୧ ତାରିଖରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ ହୋଇଛି। ଏ ନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ (BSE) ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି। ଅନିବାର୍ଯ୍ୟକାରଣ ଦର୍ଶାଇ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଏ ନେଇ ଖୁବ୍‌ ଶୀଘ୍ର ପରୀକ୍ଷା ପାଇଁ ନୂତନ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ଜୁଲାଇ ୨୦ରେ ପୂର୍ବରୁ ଓଟିଇଟି ବା ସ୍ବତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ କରିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ ପରୀକ୍ଷା ପୂର୍ବରୁ ଏହାର ପ୍ରଶ୍ନପତ୍ର ଭାଇରାଲ ହେବାରୁ ପରୀକ୍ଷାକୁ ସ୍ଥଗିତ ରଖିଥିଲା ବୋର୍ଡ। ଯାହାକୁ ନେଇ ପରୀକ୍ଷାର୍ଥୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ।