୧୮ ବର୍ଷରୁ ଉର୍ଦ୍ଧ୍ଵଙ୍କୁ ମିଳିବନି ନୂଆ ଆଧାର କାର୍ଡ

ଅବୈଧ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ନିୟମ

କେବଳ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଲୋକେ ପାଇବେ

ଗୌହାଟୀ, ୨୧/୮: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଧାର କାର୍ଡକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି, ଅନୁସୂଚିତ ଜାତି, ଜନଜାତି ଏବଂ ଚା ବଗିଚା ଶ୍ରମିକ ବ୍ୟତୀତ ଆଉ ଏକ ବର୍ଷ ପାଇଁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ନୂତନ ଆଧାର କାର୍ଡ ପ୍ରଦାନ କରାଯିବ ନାହିଁ। ସେ ଆହୁରି କହିଛନ୍ତି ଯେ ଆଧାର କାର୍ଡ ପାଇ ନଥିବା ଅନ୍ୟ ସମ୍ପ୍ରଦାୟର ବ୍ୟକ୍ତିମାନଙ୍କୁ ସେପ୍ଟେମ୍ବର ମାସରେ ଆବେଦନ କରିବା ପାଇଁ ସମୟ ଦିଆଯିବ।

ଆଧାର କାର୍ଡ ଆବେଦନ ପାଇଁ ୱିଣ୍ଡୋ ବନ୍ଦ ହୋଇଯିବା ପରେ କ୍ଵଚିତ ଜିଲ୍ଲା କମିଶନରଙ୍କ ପାଖରେ ଆଧାର କାର୍ଡ ପ୍ରଦାନ କରିବାର ଅଧିକାର ରହିବ। ତଥାପି, ଅନୁମୋଦନ ଦେବା ପୂର୍ବରୁ, ଡିସିଙ୍କୁ ସ୍ୱତନ୍ତ୍ର ଶାଖା ରିପୋର୍ଟ ଏବଂ ବିଦେଶୀ ଟ୍ରିବ୍ୟୁନାଲ ରିପୋର୍ଟ ଯାଞ୍ଚ କରିବାକୁ ପଡ଼ିବ।

ଅବୈଧ ବିଦେଶୀ, ବିଶେଷକରି ବାଂଲାଦେଶୀ ନାଗରିକମାନଙ୍କୁ ଆସାମରେ ଆଧାର କାର୍ଡ ହାତେଇ ମିଥ୍ୟା ଭାରତୀୟ ନାଗରିକତା ଭାବେ ଦାବି କରୁଥିବା କାର୍ଯ୍ୟକୁ ରୋକିବା ଉଦ୍ଦେଶ୍ୟରେ ଏ ପଦକ୍ଷେପ ନିଆ ଯାଇଛି।