ରାଜଭବନରେ ନୂଆଁଖାଇ ପରବ ପାଳନ

ମା’ ସମଲେଶ୍ୱରୀଙ୍କୁ ନବାନ୍ନ ଅର୍ପଣ କଲେ ରାଜ୍ୟପାଳ

ଭୁବନେଶ୍ୱର, ୨୮/୮: ଗୁରୁବାର ରାଜଭବନରେ ପାଳିତ ହୋଇଯାଇଛି କୃଷି ଭିତ୍ତିକ ପର୍ବ ନୂଆଁଖାଇ। ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କାମ୍ଭମପତି ରାଜଭବନରେ ମା’ ସମଲେଶ୍ୱରୀଙ୍କୁ ଋତୁର ନୂତନ ଚାଉଳ (ନବାନ୍ନ) ଅର୍ପଣ କରିଥିଲେ। ଏହି ଅବସରରେ ଉପସ୍ଥିତ ଥିଲେ ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କାମ୍ଭମପତି।

ପୂଜାର୍ଚ୍ଚନା ପରେ, ରାଜ୍ୟପାଳ ରାଜଭବନର ଅଧିକାରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରିଥିଲେ। ପ୍ରସାଦ ଗ୍ରହଣ କରିବା ପରେ, ରାଜ୍ୟପାଳଙ୍କ ସମେତ ରାଜଭବନର କର୍ମଚାରୀ ଓ ଅଧିକାରୀମାନେ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ କାମନା କରିଥିଲେ। ରାଜ୍ୟପାଳଙ୍କ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ରାଜ୍ୟପାଳ କହିଥିଲେ, “ନୂଆଖାଇ ହେଉଛି ଏକ ପର୍ବ ଯାହା ମାଟି ମାଆ ଏବଂ ଆମର କୃଷକମାନଙ୍କ ପ୍ରତି ସେମାନଙ୍କର କଠିନ ପରିଶ୍ରମ ପାଇଁ ଆମର କୃତଜ୍ଞତା ପ୍ରକାଶ କରେ। ପାରିବାରିକ ବନ୍ଧନକୁ ମଜବୁତ କରୁଥିବା, ସଦ୍ଭାବକୁ ପ୍ରୋତ୍ସାହିତ କରୁଥିବା ଏବଂ ଲୋକଙ୍କୁ ଏକାଠି କରୁଥିବା ଏହି ପରମ୍ପରାକୁ ପାଳନ କରିବାରେ ସମସ୍ତଙ୍କ ସହିତ ଯୋଗ ଦେଇ ମୁଁ ଖୁସି। ଏହି ପବିତ୍ର ଅବସରରେ ମୁଁ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ସମୃଦ୍ଧି, ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରୁଛି।”