ଭୁବନେଶ୍ୱର, ୨୮/୮: ଆସନ୍ତାକାଲି ୨ ଦିନିଆ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀର ଉଦ୍ଘାଟନ କରିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଏହି ଅବସରରେ ଆସନ୍ତାକାଲି ଓଡ଼ିଶା ଆସିବେ ଓମ୍ ବିର୍ଲା। ଏହି ସମ୍ମିଳନୀରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ମଧ୍ୟ ସାମିଲ ହେବେ। ଏହି ସମାରୋହରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ମଧ୍ୟ ଉପସ୍ଥିତ ରହିବେ। ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ଓ ସମସ୍ୟା ନେଇ ଏହି ସମ୍ମିଳନୀରରେ ଆଲୋଚନା ହେବ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୭ ଅକ୍ଟୋବର ୨୦୨୪ରେ ଭୁବନେଶ୍ୱର ଆସିଥିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ସେ ଦିନିକିଆ ଗସ୍ତରେ ଓଡ଼ିଶା ଆସିଥିଲେ।