ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ
ବିଜୟ ଶତପଥୀଙ୍କୁ ଲାଇଫ୍ଟାଇମ୍ ଆଚିଭମେଣ୍ଟ ପୁରସ୍କାର
ଅନିମେଶ କୁଜୁରଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର
ଭୁବନେଶ୍ୱର, ୨୯/୮: ୨୦୨୪ ବର୍ଷ ପାଇଁ ପ୍ରଦାନ କରାଗଲା ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି।
ଜାତୀୟ ରେକର୍ଡଧାରୀ ଧାବକ ଅନିମେଶ କୁଜୁରଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ ପାରା ଆଥଲେଟ ଭାବେ ଅନ୍ତର୍ଜାତୀୟ ହ୍ବିଲଚେୟାର ଫେନସର ରାଖାଲ କୁମାର ସେଠୀଙ୍କୁ ପୁରସ୍କୃତ କରାଯାଇଛି।
୯ ବର୍ଷରୁ କମ ବୟସ ବର୍ଗରେ ୨ ଥର ବିଶ୍ୱ ପଦକ ବିଜେତା ଚେସ୍ ଖେଳାଳି ସାତ୍ତ୍ବିକ ସ୍ବାଇଁଙ୍କୁ ଶ୍ରେଷ୍ଠ ଉଦୀୟମାନ ଖେଳାଳି, ଜୁଡୋ ପ୍ରଶିକ୍ଷକ ସୁଷମା ନନ୍ଦ ଶ୍ରେଷ୍ଠ କୋଚ୍, ପୂର୍ବତନ ଭାରୋତ୍ତୋଳକ ବିଜୟ ଶତପଥୀଙ୍କୁ ଲାଇଫ୍ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି।
କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ପୁରସ୍କୃତ ହୋଇଛନ୍ତି। ବିମଳ କୁମାର ରାଉଳ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ଭାବେ ସମ୍ମାନିତ ହୋଇଛନ୍ତି। ଶ୍ରେଷ୍ଠ କ୍ରୀଡ଼ା ବୈଷୟିକ ଅଧିକାରୀ ଭାବେ ସୁଦୀପ ଶତପଥୀଙ୍କୁ ସମ୍ମାନିତ କରାଯାଇଛି। ଚିତ୍ତରଞ୍ଜନ ପ୍ରଧାନ ଏବଂ ଜୀବନ ବେହେରାଙ୍କୁ ସାହାସିକତା ପୁରସ୍କାର ପ୍ରଦାନ କରାଯାଇଛି।