ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
କାର୍ଯ୍ୟକାଳରେ ସମସ୍ତ ଅଫିସର ଓ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଲେ ଶ୍ରୀମତୀ ତ୍ରିପାଠୀ
କଟକ,୨୯/୮: ଭୁବନେଶ୍ୱରରେ ଅବସ୍ଥାପିତ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ପାରମିତା ଶତପଥୀ ତ୍ରିପାଠୀ ଆସନ୍ତା ୩୧ ତାରିଖରେ ଅବସରକାଳୀନ ବିଦାୟ ନେବାକୁ ଯାଉଛନ୍ତି । ଏହି ଅବସରରେ କଟକ ଆୟକର ବିଭାଗ ପକ୍ଷରୁ ଶ୍ରୀମତି ତ୍ରିପାଠୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉତ୍ସବରେ ଆୟକର ମୁଖ୍ୟ ଅଧିକାରୀ କ୍ଷୀତିଶ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ଏହାପରେ ପ୍ରଧାନ ଆୟକର ଆୟୁକ୍ତ ସରୋଜ କୁମାର ମହାପାତ୍ର ଶ୍ରୀମତି ତ୍ରିପାଠୀଙ୍କ କାର୍ଯ୍ୟଦକ୍ଷତା ଓ ଆୟକର ବିଭାଗରେ ତାଙ୍କର ଦୀର୍ଘମୟ ସେବାର ବିଭିନ୍ନ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଶ୍ରୀମତି ତ୍ରିପାଠୀ ତାଙ୍କର ଅବସରକାଳୀନ ବିଦାୟ ଭାଷଣରେ ସମସ୍ତ ଅଫିସର ଓ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।