ମାଥିଲି, ୩୦/୦୮(ଦର୍ଶନ ନ୍ୟୁଜ୍): ମାଲକାନଗିରି ଜିଲ୍ଲା ମାଥିଲି ଲ୍ୟାମ୍ପ ଠାରେ ପୂର୍ବରୁ ବହୁ ବାବଦ ବିବାଦ ଲାଗି ରହିଥିଲା l ସେହି ଦୃଷ୍ଟିରୁ ଗତ ୨୦ ତାରିଖରେ ପରିଚାଳନା କମିଟିକୁ ଏକ ଜରୁରୀ କାଳୀନ ବୈଠକ ସଭାପତି ମୁନିବତି ବୁଡ଼ବାଡେ ଡାକିଥିଲେ l ଏହି ବୈଠକରେ ଲ୍ୟାମସର ପ୍ରାୟ ଡାଇରେକ୍ଟର ଉପସ୍ଥିତ ରହି ପୂର୍ବତନ ଏମଡି ସନ୍ତୋଷୀନି ପରିଡା ସଠିକ ରୂପେ କାର୍ଯ୍ୟ ତୁଲାଇ ପାରୁନଥିଲେ। ତେଣୁ ସମସ୍ତ ଡାଇରେକ୍ଟର ପୂର୍ବତନ ଏମଡିକୁ ଦାୟିତ୍ୱରୁ ଓହରି ଯିବାକୁ ନିର୍ଦ୍ଦେଶ ଦେଇଥିଲେ l ସମସ୍ତ ଡାଇରେକ୍ଟରଙ୍କ କଥାକୁ ଆଖି ଆଗରେ ରଖି ସ୍ୱ ଇଚ୍ଛାରେ ଇସ୍ତଫା ଦେଇଥିଲେ l ଆଜି ମାଥିଲି ଲ୍ୟାମ୍ପସ ସଭାପତି ମୁନିବତି ବୁଡ଼ବାଡେ ସମେତ ଉପସଭାପତି ଡମୁଣି ପୂଜାରୀ ଡିରେକ୍ଟର ହଳଧର ପୂଜାରୀ, ଉଦୟନାଥ ମାଦ୍ରୀ, ସୁବାସ ଚନ୍ଦ୍ର ଖୁଡୁପିଆ, ତ୍ରିନାଥ ଭୂମିଆ, ସମାରୁ ନାୟକ, ସମେତ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ମନୋଜ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ l ସମସ୍ତ ଡାଇରେକ୍ଟରଙ୍କ ଉପସ୍ଥିତିରେ ନୂତନ ଏମଡି ଚୟନ କରାଯାଇଥିଲା। ନୂତନ ଏମଡି ଭାବରେ ଅନନ୍ତ ବିଷଇ ଙ୍କୁ ଚୟନ କରାଯାଇଥିଲା । ନୂତନ ଏମଡ଼ି ଙ୍କୁ ଆଦିବାସୀ ନେତା ହଳଧର ପୂଜାରୀ ଏବଂ ଅନ୍ୟ ମାନେ ଲ୍ୟାମସର ଦାୟିତ୍ବ ପ୍ରଦାନ କରାଇଥିଲେ। ସମସ୍ତ କର୍ମଚାରି ପ୍ରଶାନ୍ତ କୁମାର ନାୟକ, ଧନୁର୍ଯ୍ୟୟ ଭୁମିଆ, ସନ୍ତୋଷ ପୋଟନାୟକ, ସମେତ ସମସ୍ତ କର୍ମଚାରି ଉପସ୍ଥିତ ରହିଥିଲେl ନୂତନ ଏମଡ଼ି ଅନନ୍ତ ବିଷଇ ଯୋଗ ଦେଲା ପରେ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ ସମସ୍ତ ସମସ୍ୟା କୁ କେମିତି ସୁରୁଖୁରୁରେ ତୁଲାଇ ହେବ ସେଥିପ୍ରତି ଆମେ କାର୍ଯ୍ୟ କରିବା। ବିନା ଦ୍ବିଧାରେ କାମ କରିବାକୁ କର୍ମଚାରୀ ମାନଙ୍କୁ ବୁଝାଇଥିଲେ। ଚାଷୀ ମାନଙ୍କ ଯେତେ ସବୁ ସମସ୍ୟା ଅଛି ତୁରନ୍ତ ସମାଧାନ କରାଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି।
Prev Post