ସଂଗୀତଜ୍ଞ ଅଭିଜିତ ମଜୁମଦାର ଅସୁସ୍ଥ

ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଆଶୁ ଆରୋଗ୍ୟ କାମନା କଲେ ବହୁ କଳାକାର ଓ ସଙ୍ଗୀତଜ୍ଞ

କଟକ, ୩୧/୮: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାର ଅସୁସ୍ଥ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀର୍ଘ ଦିନରୁ ସେ ଲିଭର୍ ଜନିତ ରୋଗରେ ପୀଡ଼ିତ ଥିଲେ।

ଗତ ଗଣେଶ ପୂଜା ବେଳେ ହଠାତ୍ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ସିଡିଏ ସ୍ଥିତ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

କୁହାଯାଉଛି ଯେ, ଶରୀରରେ ସୋଡିୟମ ଓ ପୋଟାସିୟମ ଅସନ୍ତୁଳନ ହେବାରୁ ଏଭଳି ହଠାତ୍ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ତେବେ ଏହି ଖବର ମିଳିବା ପରେ ବହୁ କଳାକାର ଓ ସଂଗୀତଜ୍ଞ ଆଶୁ ଆରୋଗ୍ୟ କାମନା କରିଛନ୍ତି।