ଭୁବନେଶ୍ୱର, ୧/୯: ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟ ୫୦ ମିଟର ରେଞ୍ଜ ବନ୍ଧୁକ ଚାଳନା। ଏହାର ଉଦଘାଟନ କରିଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଉଦ୍ଘାଟନୀ ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ବନ୍ଧୁକ ଚଳାଇ ଶୁଭାରମ୍ଭ କରିଥିଲେ। ୫୦ମିଟର ରେଞ୍ଜକୁ ଟାର୍ଗେଟ କରି ଥରେ ପିସ୍ତଲ ଓ ରାଇଫଲ୍ ଧରି ଗୁଳି ମାରି ଏହାର ଶୁଭାରମ୍ଭ କରିଛନ୍ତି।
କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହୋଇଥିବା ଏହି ବନ୍ଧୁକ ଚାଳନା ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ମହିଳା ଓ ପୁରୁଷ ପ୍ରତିଯୋଗୀ ଭାଗ ନେଇଛନ୍ତି। ଓଡ଼ିଶା ରାଇଫାଲ ଆସୋସିଏସନ୍ ଏହି ପ୍ରତିଯୋଗିତା ଆୟୋଜନ କରିଛି। ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ।