ଭୁବନେଶ୍ୱର, ୪/୯: ଭୁବନେଶ୍ୱରରେ ଆସାମର ଏକ ମୋଷ୍ଟ ୱାଣ୍ଟେଡ ଲୁଚି ରହିଛି। ଏ ନେଇ ଖବର ପାଇବା ପରେ ଆସାମ ପୋଲିସ ଭୁବନେଶ୍ୱରର ପଟିଆରେ ଥିବା ସୁଭଦ୍ରା ଆପାର୍ଟମେଣ୍ଟରେ ଖାନତଲାସି ଆରମ୍ଭ କରିଛି। ତେବେ ଆପାର୍ଟମେଣ୍ଟ ଭିତରେ ପୋଲିସ ଖୋଜୁଥିବା ଅପରାଧୀ ଜଣକ ନଥିବା ବେଳେ ଜଣେ ମହିଳା ଥିବାର ଦେଖା ଦେଇଛି। ମିଳିଥିବା ସୂଚନା ମୁତାବକ, ପ୍ରଥମେ କବାଟ ବାଡେଇଥିଲା ପୋଲିସ। ହେଲେ ଭିତରୁ କେହି କବାଟ ନ ଖୋଲିବାରୁ କବାଟ ଭାଙ୍ଗି ଘରେ ଭିତରେ ପଶିଥିଲା ଆସାମ ପୋଲିସ। ସାଥିରେ ଥିଲା ଭୁବନେଶ୍ୱର ପୋଲିସ।
ତୈବେ ଏହି ଘଟଣାରେ ଘରେ ଉପସ୍ଥିତ ଥିବା ମହିଳା ଜଣକ କହିଛନ୍ତି, ମୁଁ ଏ ବିଷୟରେ କିଛି ଜାଣିନାହିଁ। ପୋଲିସ ମୋ ଘରର କବାଟ ଭାଙ୍ଗି ପଶିଛି। ମୋ ପୁଅ ଆଇନଜୀବୀ। ସେ ମନା କରିବାରୁ ମୁଁ କବାଟ ଖୋଲିଲି ନାହିଁ।
ତେବେ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ପୋଲିସ ଯେଉଁ ଅପରାଧୀକୁ ଖୋଜୁଥିଲା ସେ ଏବେ ଫେରାର ଅଛି। ସେ ଘରେ ଭିତରେ ମିଳିଲା ନାହିଁ। ପୋଲିସ ଏବେ ଅଧିକ ଛାନଭିନ ଚଳାଇଛି।