ଭୁବନେଶ୍ୱର, ୪/୯: ୩ ଜିଲ୍ଲାରେ ପାଇଁ ନୂଆ ସଭାପତି ଘୋଷଣା କରିଛି ବିଜୁ ଜନତା ଦଳ। ଢେଙ୍କାନାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ନୂଆ ସଭାପତି ଘୋଷଣା କରାଯାଇଛି। ନୃସିଂହ ଚରଣ ସାହୁଙ୍କୁ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି, ଝିନ ହିକ୍କାଙ୍କୁ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଏବଂ ଜଗନ୍ନାଥ ସାରକାଙ୍କୁ ରାୟଗଡା ଜିଲ୍ଲା ବିଜେଡ଼ି ସଭାପତି ଭାବେ ଘୋଷଣା କରାଯାଇଛି।