ସ୍ନେହାଙ୍ଗିନୀ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ

ବିଜେଡ଼ିର ୩ ବରିଷ୍ଠ ସାଧାରଣ ସମ୍ପାଦିକା ଓ ୧୨ ସାଧାରଣ ସମ୍ପାଦିକା ନିଯୁକ୍ତ

ଭୁବନେଶ୍ୱର, ୪/୯: ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ହେଲେ ସ୍ନେହାଙ୍ଗିନୀ ଛୁରିଆ। ନିଯୁକ୍ତି ଦେଲେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ।

୩ ବରିଷ୍ଠ ସାଧାରଣ ସଂପାଦିକା ଓ ୧୨ ସାଧାରଣ ସଂପାଦିକାଙ୍କୁ ନିଯୁକ୍ତ କରାଯାଇଛି। ସୁମିତ୍ରା ଜେନା, ରାଜଶ୍ରୀ ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବରିଷ୍ଠ ସାଧାରଣ ସଂପାଦିକା ଭାବେ ନିଯୁକ୍ତି ଦିଆଯାଇଛି।

ସେହିପରି ସୁଲୋଚନା ଦାସ, ସୁଲତା ଦେଓ, ବର୍ଷା ସିଂ ବରିହା, ଶ୍ରର୍ମିଷ୍ଠା ସେଠୀ, ଶ୍ରୀମୟୀ ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ମୀନତି ବେହେରା, କସ୍ତୁରୀ ମହାପାତ୍ର, ପଦ୍ମିନୀ ଦିଆନ୍, ଦୀପାଳି ଦାସ, ରଂଜିତା ସାହୁ ଓ ଗୀତାଞ୍ଜଳି ବସ୍ତିଆଙ୍କୁ ସାଧାରଣ ସଂପାଦିକା ଭାବେ ନିଯୁକ୍ତି ମିଳିଛି।