ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରେ ଗୁରୁଦିବସ ପାଳନ
ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର, ୫/୯: ଭୁବନେଶ୍ୱର ସ୍ଥିତ ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଗୁରୁଦିବସ ଏବଂ ନବାଗତ ଯୁକ୍ତଦୁଇ ପ୍ରଥମ ବର୍ଷର ବିଦ୍ୟାର୍ଥୀମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର୍ ଡକ୍ଟର ଦେବାନନ୍ଦ ମହାପାତ୍ର ଏବଂ ହାଇଟେକ୍ ସ୍କୁଲ ଅଫ୍ ନର୍ସିଂର ଅଧ୍ୟକ୍ଷା ଡ. ରୀତା ଲେଙ୍କା ଯୋଗ ଦେଇ ବିଦ୍ୟାର୍ଥୀମାନେ ଆଜିର ଦିନରେ ଗୁରୁମାନଙ୍କ ଦ୍ୱାରା ପରିଚାଳିତ ଓ ଗୁରୁମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇ ସେମାନଙ୍କ ମାର୍ଗଦର୍ଶନରେ ପରିଚାଳିତ ହେଲେ ସେମାନେ ଆଗାମୀ ଦିନରେ ଗରିମାମୟ ଜୀବନ ଅତିବାହିତ କରିବେବୋଲି ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ହାଇଟେକ୍ ଯୁକ୍ତଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚିରଞ୍ଜନ ସାହୁ ବିଦ୍ୟାର୍ଥୀମାନଙ୍କୁ ଏକାଗ୍ରତାର ସହ ବିଦ୍ୟା ଅଧ୍ୟୟନ ପ୍ରତି ଧ୍ୟାନ ଦେବାକୁ କହିଥିଲାବେଳେ ଉପାଧ୍ୟକ୍ଷ ବିଭୂତି ଭୂଷଣ ବେହେରା ବିଦ୍ୟାର୍ଥୀମାନଙ୍କୁ ବିଦ୍ୟା ଅଧ୍ୟୟନ ସେମାନଙ୍କର ପ୍ରମୁଖ ଆବଶ୍ୟକତା ହେଉ ବୋଲି ସୂଚନା ଦେଇଛନ୍ତି । ଏଥିରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହାକୁ ଜୀବବିଜ୍ଞାନ ଅଧ୍ୟାପିକା ଶୁଭଦର୍ଶିନୀ ସାହୁ, ଅଧ୍ୟାପକ ବିଶ୍ୱଜିତ ବେହେରା ଏବଂ ବେଦବ୍ରହ୍ମା ଦାସ ପରିଚାଳନା କରିଥିଲାବେଳେ କାର୍ଯ୍ୟକ୍ରମକୁ ଓଡିଆ ବିଭାଗର ଅଧ୍ୟାପକ ତଥା ଅର୍ନ୍ତଜାତୀୟ ଓଡିଶୀ ନୃତ୍ୟଶିଳ୍ପୀ ଡ. ଚିରଞ୍ଜନ ସାହାଣୀ ପରିଚାଳନା କରିଥିଲେ ।