ଭାରତ ଓ ରୁଷକୁ ହରାଇ ଦେଲା ଆମେରିକା: ଟ୍ରମ୍ପ
ମୋଦି-ପୁଟିନ-ଜିନପିଙ୍ଗଙ୍କ ଫଟୋ ସେୟାର କଲେ ଟ୍ରମ୍ପ
ଚୀନକୁ ଅନ୍ଧକାରମୟ ବୋଲି ବର୍ଣ୍ଣନା କଲେ
ନୂଆଦିଲ୍ଲୀ, ୫/୯: ୱାଶିଂଟନ ଓ ନୂଆଦିଲ୍ଲୀ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବାର ଏକ ବଡ଼ ସଙ୍କେତ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଯେ ଭାରତ ଏବଂ ରୁଷକୁ ଅନ୍ଧକାରମୟ ଚୀନ୍ ପାଖରେ ହରାଇ ଦେଇଛି ଆମେରିକା। ତିଆନଜିନରେ ଶାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ତିନି ଦେଶର ନେତାଙ୍କୁ ଏକାଠି ଦେଖିବାର କିଛି ଦିନ ପରେ ଟ୍ରମ୍ପ ଏହା କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅନେକ ବିଶ୍ୱ ନେତାଙ୍କ ମଧ୍ୟରେ ଥିଲେ, ଯେଉଁମାନେ ଚୀନର ସି ଜିନପିଙ୍ଗଙ୍କ ଦ୍ୱାରା ଆୟୋଜିତ ତିଆନଜିନ୍ SCO ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ତିନି ରାଷ୍ଟ୍ରଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଦେଖା ଦେଇଥିଲା।
ଡୋନାଲ୍ଡ ଟ୍ରମ୍ପ ଆମେରିକା ଓ ଚୀନ୍ ଉପରେ ଶୁଳ୍କ ଲଗାଇବା ପରେ ତିନି ରାଷ୍ଟ୍ରମୁଖ୍ୟଙ୍କ ଏଭଳି ଭେଟଘାଟ ତାଙ୍କୁ କଡ଼ା ବାର୍ତ୍ତା ଦେଇଥିଲା।
କିନ୍ତୁ ଏହାରି ମଧ୍ୟରେ ଟ୍ରମ୍ପ ମୋଦି, ପୁଟିନ୍ ଓ ଜିନପିଙ୍ଗ ଏକତ୍ର ଥିବା ଏକ ଫଟୋ ସେୟାର କରି ଭାରତ ଓ ରୁଷିଆକୁ ହରାଇ ଦେଇଥିବା କହିଛନ୍ତି। ଏଥି ସହ ଉଭୟ ରାଷ୍ଟ୍ରର ଦୀର୍ଘ ଏବଂ ସମୃଦ୍ଧ ଭବିଷ୍ୟତ କାମନା କରିଛନ୍ତି।