ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଆତଙ୍କୀ

ଆହୁରି ଲୁଚି ରହିଥିବା ସୂଚନା

ତିନି ଯବାନ ଆହତ

ଜମ୍ମୁ-କାଶ୍ମୀର, ୮/୯: ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାର ଗୁଦାର ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଥିବା ସହ ଆହୁରି ତିନି ଜଣ ଲୁଚି ରହିଥିବା ସୂଚନା ମିଳିଛି। ସେହିପରି ଆତଙ୍କବାଦୀଙ୍କ ପାଲଟା ଗୁଳିରେ ଜଣେ ସେନା ଅଧିକାରୀଙ୍କ ସମେତ ତିନି ଜଣ ଯବାନ ଆହତ ହୋଇଛନ୍ତି।

ଏହି ସର୍ଚ୍ଚ ଅପରେସନରେ ଜମ୍ମୁ-କାଶ୍ମୀର ପୋଲିସ, ଭାରତୀୟ ସେନା ଓ ସିଆରପିଏଫ ଦ୍ୱାରା କରାଯାଇଛି। ଗୁପ୍ତ ସୂଚନା ଆଧାରରେ ଏହି ଅପରେସନ କରାଯାଇଥିଲା। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।