ଭାରତର ବିଭାଜନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏହି ବିଶିଷ୍ଟ ବ୍ୟକ୍ତି

ଜାଣିବା ପାଇଁ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’

ଆଜିର ତାରିଖ ୧୧ ସେପ୍ଟେମ୍ବର ୨୦୨୫

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ବିନୋବା ଭାବେ (ମୃତ୍ୟୁ ୧୧ ସେପ୍ଟେମ୍ବର ୧୮୯୫): ଜଣେ ପ୍ରସିଦ୍ଧ ଗାନ୍ଧୀବାଦୀ ଓ ସାମାଜିକ ସଂସ୍କାରକ, ଯିଏ ଭୂଦାନ ଆନ୍ଦୋଳନର ପ୍ରବର୍ତ୍ତକ ଭାବେ ପରିଚିତ। ତାଙ୍କର କାର୍ଯ୍ୟ ଗରିବ ଓ ଭୂମିହୀନଙ୍କ ପାଇଁ ଜମି ଦାନ ଆନ୍ଦୋଳନକୁ ପ୍ରେରଣା ଯୋଗାଇଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ସାଲଭାଦୋର ଆଲେନ୍ଦେ (ମୃତ୍ୟୁ ୧୧ ସେପ୍ଟେମ୍ବର ୧୯୭୩): ଚିଲିର ରାଷ୍ଟ୍ରପତି ଥିବା ସାଲଭାଦୋର ଆଲେନ୍ଦେ ଲାତିନ ଆମେରିକାର ପ୍ରଥମ ମାର୍କ୍ସବାଦୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ଏବଂ ତାଙ୍କ ମୃତ୍ୟୁ ଏକ ସାମରିକ ଅଭ୍ୟୁତ୍ଥାନ ସମୟରେ ହୋଇଥିଲା, ଯାହା ଅଗୁଷ୍ଟୋ ପିନୋଚେଟଙ୍କ ନେତୃତ୍ୱରେ ଘଟିଥିଲା। ତାଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ତାହା ଏପର୍ଯ୍ୟନ୍ତ ବିବାଦୀୟ ରହିଛି।

୨. ମହମ୍ମଦ ଅଲି ଜିନ୍ନା (୨୫ ଡିସେମ୍ବର ୧୯୭୬ – ୧୧ ସେପ୍ଟେମ୍ବର ୧୯୪୮): ପାକିସ୍ତାନର ପ୍ରତିଷ୍ଠାତା ମୁହାମ୍ମଦ ଅଲି ଜିନ୍ନା ୧୧ ସେପ୍ଟେମ୍ବର ୧୯୪୮ରେ ମୃତ୍ୟୁବରଣ କରିଥିଲେ। ସେ ପ୍ରାକ ସ୍ୱାଧୀନତା ସମୟରେ ମୁସଲିମ ଲିଗର ନେତା ଥିଲେ ଏବଂ ପରବର୍ତ୍ତୀ ସମୟରେ ନବ ନିର୍ମିତ ପାକିସ୍ଥାନର ପ୍ରଥମ ଗଭର୍ଣର ଜେନେରାଲ ଭାବେ ଦାୟିତ୍ୱ ନେଲେ। ପାକିସ୍ତାନରେ ଜଣେ ମହାନ ନେତା ତଥା ପାକିସ୍ଥାନର ରାଷ୍ଟ୍ର ପିତା ରୂପେ ମଧ୍ୟ ସମ୍ମାନିତ। ସେ ଭାରତର ବିଭାଜନ ଏବଂ ପାକିସ୍ତାନ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏବଂ ‘କାଇଦେ ଆଜମ’ (ମହାନ ନେତା) ଭାବେ ପରିଚିତ।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୨୦୦୧- ଆମେରିକା ଇତିହାସର ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲା, ଯେଉଁଥିରେ ଅଲ-କାଏଦା ଆତଙ୍କବାଦୀମାନେ ଅପହରଣ କରାଯାଇଥିବା ବିମାନଗୁଡ଼ିକୁ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଏବଂ ପେଣ୍ଟାଗନରେ ଦୁର୍ଘଟଣାଗ୍ରସ୍ତ କରାଇଥିଲେ। ଏବଂ ପେନସିଲଭାନିଆରେ ଆଉ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୩ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।

୧୮୦୩- ଦ୍ୱିତୀୟ ଆଙ୍ଗ୍ଲୋ-ମରାଠା ଯୁଦ୍ଧ ସମୟରେ, ଜେନେରାଲ ଲେକଙ୍କ ନେତୃତ୍ୱରେ ବ୍ରିଟିଶ ସୈନ୍ୟମାନେ ସିନ୍ଧିଆଙ୍କ ସେନାର ମରାଠା ସେନାକୁ ପରାସ୍ତ କରିଥିଲେ।

୧୮୯୩- ସ୍ୱାମୀ ବିବେକାନନ୍ଦ ଚିକାଗୋରେ ବିଶ୍ୱ ଧର୍ମ ସଂସଦରେ ତାଙ୍କର ପ୍ରଥମ ଭାଷଣ ଦେଇଥିଲେ।