ପୁଣି ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ

ସୋମବାର ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର, ୨୦/୯: ପୁଣି ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ। ତୃତୀୟ ଦିନରେ ମଧ୍ୟ ସ୍ୱାଭାବିକ ଭାବେ ଚାଲି ପାରିନାହିଁ ଗୃହ। ଆଜି ସକାଳେ ମାତ୍ର ୧ ମିନିଟ୍ ପାଇଁ ଗୃହ ଚାଲିଥିବା ବେଳେ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି। ହେଲେ ଅପରାହ୍ନ ୪ଟା ରେ ମଧ୍ୟ ଗୃହ କାର୍ଯ୍ୟ ସ୍ବଭାବିକ ହୋଇ ପାରିନାହିଁ। ସାର ପ୍ରସଙ୍ଗରେ ବିଜେଡି ବିଧାୟକ ଗୃହ ମଝିକୁ ଆସି ହଟ୍ଟଗୋଳ କରିବାରୁ ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ କଲେ ବାଚସ୍ପତି ସୁରମା ପାଢ଼ୀ।

ଗତ କାଲି ମଧ୍ୟ ବିରୋଧୀ ଦଳର ହଙ୍ଗାମା ଯୋଗୁଁ ଗୃହ ଚାଲି ପାରିନଥିଲା। ମାତ୍ର ୮ ମିନିଟ୍ ପାଇଁ ଚାଲିଥିଲା ଗୃହକାର୍ଯ୍ୟ।