ମୋ ବସ୍‌ରୁ ଚୋରି ଘଟଣା, କ୍ୟାନସ୍‌ର ରୋଗୀଙ୍କୁ ଟଙ୍କା ଫେରାଇଲା ପୋଲିସ୍‌

ଭୁବନେଶ୍ୱର, ୨୭/୦୯: ମୋ ବସରୁ କ୍ୟାନସର ରୋଗୀଙ୍କ ଠାରୁ ୧୫ ହଜାର ଟଙ୍କା ଚୋରି ଘଟଣାରେ ଟଙ୍କା ଫେରାଇଲା ପୋଲିସ୍‌ । ଆନନ୍ଦ ଗୌଡ଼ ନାମକ ଜଣେ ରୋଗୀଙ୍କ ପାଖରୁ ଟଙ୍କା ଚୋରି ହୋଇଥିବା ବେଳେ ୨ ଚୋରଙ୍କ ଠାରୁ ଜବତ ହୋଇଥିବା ୫ ହଜାର ଟଙ୍କା ଫେରାଇଛି ସହିଦ ନଗର ପୋଲିସ । ସେ ଟଙ୍କାକୁ ନେଇ ଆନନ୍ଦ କଟକର ଏକ ଘୋରଇ ହସ୍ପିଟାଲ ଯାଇ ଚିକିତ୍ସା କରାଇଛନ୍ତି ।

ଗତ ସପ୍ତାହରେ କ୍ୟାନସର ଚିକିତ୍ସା କରିବା ପାଇଁ ଗଞ୍ଜାମରୁ ସେ ଭୁବନେଶ୍ୱର ଆସିଥିଲେ । ହସ୍ପିଟାଲକୁ ଯାଉଥିବା ବେଳ ବରମୁଣ୍ଡାରୁ କଟକ ମୋ ବସରେ ଯାଉଥିଲେ। ବସ ଭିତରୁ ଚୋର ପକେଟ୍ ମାର୍‌ କରି ଟଙ୍କା ଚୋରି କରିନେଇଥିଲା । ଫଳରେ କାନ୍ଦି କାନ୍ଦି ସହିଦନଗର ଥାନରେ ଏତଲା ଦେଇ ଘରକୁ ଫେରିଥିଲେ ଆନନ୍ଦ ।