ବୌଦ୍ଧ, ୨୧/୯: ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଅଂଚଳରେ ଭୟଙ୍କର ବାଣ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ହୋଇଥିଲା ଯେ, କେତେକ ଘର ସମ୍ପୂର୍ଣ୍ଣ ଭୁଶୁଡ଼ିବା ସହ କେତେକ ଘର ଭାଙ୍ଗି ଯାଇଛି।
ଜିଆଁକଟା-ଛତ୍ରପୁର ଗାଁରେ ଏହି ଅଘଟଣ ଘଟିଛି। ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ଲକ୍ଷ୍ମୀଧର ବେହେରା। ଛାତ ତଳେ ଅନେକ ଲୋକେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ପୋଲିସ୍ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।