ଭୁବନେଶ୍ୱର, ୨୨/୯: ଆଜି କ୍ୟାପିଟାଲ ହସ୍ପିଟାଲରେ ଏକ ୩ ବର୍ଷର ଶିଶୁ ମୃତ୍ୟୁ ଘଟଣାରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି। ଗତ କାଲିଠାରୁ ଅସୁସ୍ଥ ଶିଶୁକୁ ଧରି କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ ପରିବାର ଲୋକେ।
ହେଲେ ଡ଼ାକ୍ତରଙ୍କ ଭୁଲ ଔଷଧ ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ହସ୍ପିଟାଲରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି। କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବି କରିଛନ୍ତି ଆନ୍ଦୋଳନକାରୀ। ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।
ଅନ୍ୟପଟେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
ଥଣ୍ଡା ଜ୍ବରରେ ଆକ୍ରାନ୍ତ ହୋଇ ସାଲିଆ ସାହିର ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର।