ସୁଚନାଫଳକ ବିନା କୋଟିକୋଟି ଟଙ୍କା ଚଳୁ କରିବାକୁ ପ୍ରୟାସ

ନନ୍ଦମୁଣ୍ଡା – ଖଜୁରୀଖମନ ରାସ୍ତା ନିମ୍ନମାନର

ଝାରସୁଗୁଡା, ୨୩/୯(ଦର୍ଶନ ନ୍ୟୁଜ): ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ପାକେଲପଡା ପଞ୍ଚାୟତ ନନ୍ଦମୁଣ୍ଡା ରୁ ଖଜୁରୀଖମନ ଯାଏଁ ରାସ୍ତା ନିର୍ମାଣ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ସୁଚନା ଫଲକ ବିନା କୋଟିକୋଟି ଟଙ୍କା ଚଲୁ କରିବାକୁ ପ୍ରୟାସ କରାଯାଉଥିବା ବେଳେ ନନ୍ଦମୁଣ୍ଡା – ଖଜୁରୀ ଖମନ ରାସ୍ତା ନିମ୍ନମାନର ରାସ୍ତା ନିର୍ମାଣ କରାଯାଉଛି । ଅଭିଯୋଗ ଅନୁସାରେ ଆର.ଡି ବିଭାଗର ନନ୍ଦମୁଣ୍ଡା ରୁ ଖଜୁରୀ ଖମନ ରାସ୍ତା ମରାମତି କାର୍ଯ୍ୟ ଚାଲୁଅଛି । ଠିକାଦାର ବିନା ସୂଚନା ଫଳକରେ କୋଟି କୋଟି ଟଙ୍କାର କାର୍ଯ୍ୟ କରୁଥିବା ବେଳେ ନିମ୍ନମାନର କାର୍ଯ୍ୟ ଯୋଗୁଁ ମଝିରେ ମଝିରେ ରାସ୍ତା ଦବି ଯାଇଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଭାଗିୟ ଯନ୍ତ୍ରୀ ଖଗେଶ୍ୱର ମେହେର ଖାମଖିଆଲି ଭାବରେ କହିଛନ୍ତି ବୋର୍ଡ ଲେଖା ହୋଇଥିଲା କିନ୍ତୁ କିଏ ଚିରି ଦେଇଛନ୍ତି । ରାସ୍ତା ନିମ୍ନମାନର କାର୍ଯ୍ୟକୁ ନେଇ କହିଛନ୍ତି ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ ଯଦି କିଛି ଅବହେଳା ହୋଇଛି ମୁଁ ଯାଇ ଦେଖିଦେବୀ । ଯନ୍ତ୍ରୀଙ୍କ ଅନୁପସ୍ଥିତରେ ନିମ୍ନମାନର ରାସ୍ତା କାର୍ଯ୍ୟ ଚାଳିଛି । ନିମ୍ନମାନର କାର୍ଯ୍ୟକୁ ନେଇ ଭିଜିଲାନ୍ସ ତଦନ୍ତ ହେବା ଆବଶ୍ୟକ ଵୋଲି ଦାବି ହେଉଛି ।