ଭିଜିଲାନ୍ସ ଜାଲରେ TPCODL ଯନ୍ତ୍ରୀ

ଘରେ ତଲାସୀ ବେଳେ ୯.୫୩ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର, ୨୫/୯: ଭିଜିଲାନ୍ସ ଜାଲରେ ଭୁବନେଶ୍ବର TPCODL ସର୍କଲ୍‌-୧ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ। ଲାଞ୍ଚ ନେଲା ବେଳେ ଧରିଛି ଭିଜିଲାନ୍ସ। ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ ୨୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଯାଞ୍ଚ ରିପୋର୍ଟ ସପକ୍ଷରେ ଦେବା ପାଇଁ ଠିକାଦାରଙ୍କ ଠାରୁ ନେଉଥିଲେ ଲାଞ୍ଚ। ଲାଞ୍ଚ ନେଇ ଧରା ପଡ଼ିବା ପରେ ତାଙ୍କ ଘରେ ରେଡ୍ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ ଚାଲିଛି। ରେଡ୍‌ ବେଳେ ଯନ୍ତ୍ରୀଙ୍କ ଘରୁ ୯ ଲକ୍ଷ ୫୩ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ।