ଭଦ୍ରକ, ୧୦/୧୦: କର୍ତ୍ତବ୍ୟରେ ଅବହେଳା ଏବଂ ଏକ ମାମଲାର ତଦନ୍ତ ପାଇଁ ଜଣେ ଯୁବକଙ୍କୁ ପଠାଇ ହଟହଟା ହୋଇଛନ୍ତି ସବ୍-ଇନସପେକ୍ଟର।
ସେ ଉକ୍ତ ଯୁବକଙ୍କୁ ପୋଲିସର ପରିଚୟ ଦେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ଅଭିଯୋଗରେ ଓଡ଼ିଶା ପୋଲିସ ଭଦ୍ରକ ଗ୍ରାମାଞ୍ଚଳ ଥାନା ସବ-ଇନ୍ସପେକ୍ଟର (ଏସ୍ଆଇ)ଙ୍କୁ ନିଲମ୍ବନ କରିଛି। ସେ ଭଦ୍ରକ ଗ୍ରାମାଞ୍ଚଳ ଥାନାର ଏସଆଇ କାର୍ତ୍ତିକ ଜେନା। ଘଟଣା ଜଣାପଡ଼ିବା ପରେ ଏସ୍ପି ମନୋଜ ରାଉତ ତାଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି।
ଧାମନଗର ବ୍ଲକର ଧୂଷୁରୀ ଅଞ୍ଚଳର ଅଭିଯୁକ୍ତ ଯୁବକ ପୀୟୁଷ ରଞ୍ଜନ ପଣ୍ଡାଙ୍କୁ ମଧ୍ୟ ଗିରଫ କରାଯାଇଛି। ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ।
ସୂଚନା ଅନୁଯାୟୀ, ଏକ ମାମଲାର ତଦନ୍ତ ପାଇଁ ନିଜେ ନଯାଇ ଯୁବକଙ୍କୁ ପଠାଇଥିଲେ ଏସଆଇ। ଗାଁରେ ଯୁବକଙ୍କୁ ସନ୍ଦେହ କରି ଅଟକ ରଖିଥିଲେ ଗ୍ରାମବାସୀ। ଗ୍ରାମାଞ୍ଚଳ ଥାନା ରସିକାବାଦ ଗାଁରେ ହଟହଟା ହୋଇଥିଲା ପୋଲିସ। ଏହା ପରେ ଆଇନ ବହିର୍ଭୂତ କାର୍ଯ୍ୟ ଯୋଗୁଁ SIଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।