ଲାହୋର, ୧୦/୧୦: ଭାରତ ସହିତ ଆଫଗାନିସ୍ତାନର ସମ୍ପର୍କ ବୃଦ୍ଧି ପାଉଥିବା ବେଳେ ଆତଙ୍କିତ ହୋଇ ପଡ଼ିଛି ପାକିସ୍ତାନ। ଗୁରୁବାର ରାତିରେ ଆଫଗାନିସ୍ତାନ ଉପରେ ଭୟଙ୍କର ଏୟାର ଷ୍ଟ୍ରାଇକ୍ କରିଛି ପାକିସ୍ତାନ। ଏୟାର ଷ୍ଟ୍ରାଇକ୍ ରେ ବିସ୍ଫୋରଣରେ ଥରି ଉଠିଥିଲା ଆଫଗାନିସ୍ତାନ। ପାକିସ୍ତାନୀ ଜେଟ୍ କାବୁଲରେ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଶିବିରଗୁଡ଼ିକୁ ଟାର୍ଗେଟ କରି ବିମାନ ଆକ୍ରମଣ କରିଥିଲେ।
ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ପ୍ରଥମ କରି ଭାରତ ଗସ୍ତ କରୁଥିବା ବେଳେ ଏହାର ମଉକା ଉଠାଇ ପାକିସ୍ତାନ ଆଫଗାନିସ୍ତାନ ଉପରେ ଭୟଙ୍କର ଆକ୍ରମଣ କରିଛି। ଅମିୟ ଖାନ ୮ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ପାକିସ୍ତାନ ସହିତ ତାଲିବାନର ସମ୍ପର୍କରେ ନାଟକୀୟ ଅବନତି ଘଟିବା ପରେ ଏହି ଆକ୍ରମଣ ହୋଇଛି। ଆଫଗାନିସ୍ତାନ ପାକିସ୍ତାନ ତାଲିବାନ କିମ୍ବା ତେହେରିକ-ଏ-ତାଲିବାନ ପାକିସ୍ତାନ (TTP)କୁ ପାଣ୍ଠି ଏବଂ ଅସ୍ତ୍ରଶସ୍ତ୍ର ଦେଉଥିବାର ଅଭିଯୋଗ କରିଆସୁଛି ପାକିସ୍ତାନ।
ପାକିସ୍ତାନ ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍ କରିବା ପରେ ରାଜଧାନୀରେ ମୋବାଇଲ୍ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଇ ଦେଇଥିଲେ। ଏକ କଠୋରପନ୍ଥୀ ଇସଲାମବାଦୀ ରାଜନୈତିକ ଦଳ ତେହେରିକ୍-ଏ-ଲବୈକ୍ (TLP) ଇସଲାମାବାଦ ଏବଂ ରାୱଲପିଣ୍ଡି ଏବଂ ଲାହୋରର ଶୋଭାଯାତ୍ରା କରିବାକୁ ଧମକ ଦେବା ପରେ ଏହି ନିଷ୍ପତ୍ତି ନେଇଥିଲେ ପାକ୍ ସରକାର।