ବାଲେଶ୍ଵର, ୧୦/୧୦: ଭିଜିଲାନ୍ସ ଜାଲରେ ଜଳେଶ୍ୱର ମ୍ୟୁନିସିପାଲିଟି କିରାଣି ବ୍ରଜଗୋପାଳ ଘୋଷ ଓ ଆକାଉଣ୍ଟାଣ୍ଟ ରତିକାନ୍ତ ପାତ୍ର। ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ। ହୋଡିଂ ଓ ଲାଇଟ ପୋଷ୍ଟ ବାବଦରେ ବିଲ୍ ପାସ କରାଇ ଦେବା ପାଇଁ ଠିକାଦାର ଜ୍ୟୋତି ମହାପାତ୍ରଙ୍କ ଠାରୁ ଲାଞ୍ଚ ନେଉଥିଲେ ଆକାଉଣ୍ଟାଣ୍ଟ। ଭିଜିଲାନ୍ସ ଡିଏସପି ସିକନ୍ଦର ହେମ୍ବ୍ରମଙ୍କ ନେତୃତ୍ୱରେ ଏକ ଛଅ ଜଣିଆ ଟିମ୍ ଚଢ଼ାଉ କରି ସେମାନଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି।
Prev Post
Next Post