ନୋବେଲ ଶାନ୍ତି ପୁରସ୍କାର ଘୋଷଣା

ଆତ୍ମଗୋପନରେ ଥିବା ଏହି ମହିଳାଙ୍କୁ ମିଳିଲା ନୋବେଲ

ଭେନେଜୁଏଲା, ୧୦/୧୦: ବହୁ ପ୍ରତୀକ୍ଷିତ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି। ଭେନେଜୁଏଲାର ମାରିଆ କୋରିନା ମାଚାଡୋଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ପାଇଁ ଚୟନ କରାଯାଇଛି। ନରୱେ ନୋବେଲ କମିଟିର ସଭାପତି ଜର୍ଜେନ ୱାଟନେ ଫ୍ରିଡନେସ ଏହି ଘୋଷଣା କରିଛନ୍ତି।

ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ନୋବେଲ୍ ମିଳିଛି। ଏକଛତ୍ରବାଦରୁ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ବହୁ ଉଦ୍ୟମ କରିଥିଲେ ମାରିଆ।

ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହେବା ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଶା ମଧ୍ୟ ଧୂଳିସାତ୍ ହୋଇଯାଇଛି। ଡୋନାଲ୍ଡ ଟ୍ରମ୍ପ ଦୀର୍ଘ ଦିନ ଧରି ନୋବେଲ ଶାନ୍ତି ପୁରସ୍କାର ପାଇବା ପାଇଁ ଦାବି କରି ଆସୁଥିଲେ।

ଭେନେଜୁଏଲାର ମୁଖ୍ୟ ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋଙ୍କୁ ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବାରେ ତାଙ୍କର କାର୍ଯ୍ୟ ପାଇଁ ଭେନେଜୁଏଲାର ଲୌହ ମହିଳା ଭାବରେ ଜଣାଶୁଣା। ମାଚାଡୋ ଟାଇମ୍ ପତ୍ରିକାର ‘୨୦୨୫ର ସବୁଠାରୁ ୧୦୦ ପ୍ରଭାବଶାଳୀ ବ୍ୟକ୍ତି’ ତାଲିକାରେ ସ୍ଥାନ ପାଇଛନ୍ତି।

ଗତ ବର୍ଷର ନିର୍ବାଚନ ପରେ ମାଚାଡୋ ଆତ୍ମଗୋପନରେ ଅଛନ୍ତି। “ବର୍ଷେ ଧରି, ମାଚାଡୋଙ୍କୁ ଲୁଚି ରହିବାକୁ ବାଧ୍ୟ କରାଯାଇଛି। ତାଙ୍କ ଜୀବନ ପ୍ରତି ଗମ୍ଭୀର ବିପଦ ସତ୍ତ୍ୱେ ସେ ଦେଶରେ ରହିଛନ୍ତି, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଛି। ସେ ତାଙ୍କ ଦେଶର ବିରୋଧୀଙ୍କୁ ଏକାଠି କରିଛନ୍ତି। ଭେନେଜୁଏଲା ସମାଜର ସାମରିକୀକରଣକୁ ପ୍ରତିରୋଧ କରିବାରେ ସେ କେବେ ବି ପଛଘୁଞ୍ଚା ଦେଇନାହାଁନ୍ତି। ଗଣତନ୍ତ୍ରକୁ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ ପାଇଁ ସେ ତାଙ୍କ ସମର୍ଥନରେ ଦୃଢ଼ ରହିଛନ୍ତି,” ସ୍ୱେଡିଶ୍ ଏକାଡେମୀ କହିଛି।

ଗତ ବର୍ଷ, ଜାପାନର ନିହୋନ ହିଡାଙ୍କୟୋକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା।