ପଦ୍ମ ଧରିବେ ଜୟ ଢୋଲକିଆ!

ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବେ

ଭୁବନେଶ୍ଵର, ୧୧/୧୦: ନୂଆପଡ଼ା ରାଜନୀତିରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ନୂଆପଡ଼ାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗ ପରେ ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଯାଉଛି ନୂଆପଡ଼ା ଉପନିର୍ବାଚନ। ଏଥିପାଇଁ ତାଙ୍କ ପୁଅ ଜୟ ଢୋଲକିଆ ବିଧାୟକ ପ୍ରାର୍ଥୀ ହେବେ। ସେ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି ସୂଚନା ମିଳିଥିବା ବେଳେ ଏଥିରେ ବଡ଼ ନାଟକୀୟ ପରିବର୍ତ୍ତନ ହେବାକୁ ଯାଉଛି।

ଜୟ ଢୋଲକିଆ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରି ପାରନ୍ତି ଜୟ ଢୋଲକିଆ। ବିଜେପିରେ ମିଶିବା ପରେ ସେ ନୂଆପଡାରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। କିନ୍ତୁ ବିଜେଡ଼ି ଓ‌ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ଯାହା ଉପରେ ନଜର ରହିଛି।