ୱାଶିଂଟନ, ୧୧/୧୦: ନଭେମ୍ବର ୧ରୁ ଚୀନ୍ ସାମଗ୍ରୀ ଆମଦାନୀ ଉପରେ ଅତିରିକ୍ତ ୧୦୦% ଟିକସ ଲାଗୁ କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।ରାଷ୍ଟ୍ରପତି ତାଙ୍କ ସୋସିଆଲ ମିଡିଆ ସାଇଟରେ କହିଛନ୍ତି ଯେ ଚୀନ୍ ଦ୍ୱାରା ରେୟାର ଆର୍ଥ ଏଲିମେଣ୍ଟସ୍ ଉପରେ ରପ୍ତାନୀ ନିୟନ୍ତ୍ରଣ ଲାଗୁ କରାଯାଇଥିବାରୁ ସେ ଏହି ନୂତନ ଶୁଳ୍କ ଲାଗୁ କରୁଛନ୍ତି। ଦକ୍ଷିଣ କୋରିଆର ଆଗାମୀ ଯାତ୍ରାର ଅଂଶ ଭାବରେ ଚୀନ୍ ନେତା ସି ଜିନପିଙ୍ଗଙ୍କ ସହ ସାକ୍ଷାତ କରିବାର “କୌଣସି କାରଣ ନାହିଁ”।
ଟ୍ରମ୍ପ କହିଛନ୍ତି ଯେ “୨୦୨୫ ନଭେମ୍ବର ୧ ତାରିଖରୁ ଆମେରିକା ଚୀନ୍ ଉପରେ ୧୦୦% ଶୁଳ୍କ ଲାଗୁ କରିବ, ଯାହା ସେମାନେ ବର୍ତ୍ତମାନ ଦେଉଥିବା ଯେକୌଣସି ଶୁଳ୍କ ଉପରେ ଏବଂ ତା’ ଠାରୁ ଅଧିକ।”
ଟ୍ରମ୍ପ ଜିନପିଙ୍ଗଙ୍କ ସହ ବୈଠକକୁ ବାତିଲ କରିବା ନେଇ କୌଣସି ସୂଚନା ଦେଇନଥିଲେ। କେବଳ ଏତିକି କହିଥିଲେ ଯେ ଦକ୍ଷିଣ କୋରିଆ ଗସ୍ତ କରି ଏସିଆ-ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ ସମ୍ମିଳନୀ ପୂର୍ବରୁ ଜିନପିଙ୍ଗଙ୍କ ସହ ସାକ୍ଷାତ କରିବାର ଥିଲା। କିନ୍ତୁ ଭେଟିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, “ମୁଁ ଦୁଇ ସପ୍ତାହ ଭିତରେ ଦକ୍ଷିଣ କୋରିଆର APECରେ ରାଷ୍ଟ୍ରପତି ଜିନପିଙ୍ଗ୍ ଙ୍କୁ ଭେଟିବାର ଥିଲା, କିନ୍ତୁ ଏବେ ଭେଟିବାର କୌଣସି କାରଣ ନାହିଁ ବୋଲି ଭାବୁଛି,” ବୋଲି ଟ୍ରମ୍ପ ପୋଷ୍ଟ କରିଛନ୍ତି।