ଭୁବନେଶ୍ଵର, ୧୧/୧୦: ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛି ବିଜେଡ଼ି। ପ୍ରେସମିଟ୍ କରି ବିଜେଡ଼ିର ବରିଷ୍ଠ ନେତା ପ୍ରତାପ ଜେନା ଜୟ ଢୋଲକିଆଙ୍କୁ ଟାର୍ଗେଟ୍ କରି କହିଛନ୍ତି, “ଘୋଡ଼ା ବେପାରରେ ବିକ୍ରି ହୋଇଗଲେ ଜୟ ଢୋଲକିଆ। ରାଜୁ ଭାଇ ଯଦି ବଞ୍ଚିଥାନ୍ତେ ତାହେଲେ ଏକଥାକୁ ପସନ୍ଦ କରି ନ ଥାନ୍ତେ। ଜୟ ବିଜେପିରେ ମିଶିଲେ ବି ନୂଆପଡ଼ାରେ କୌଣସି ପ୍ରଭାବ ପଡ଼ିବନି। ଏ ମିଶ୍ରଣକୁ ଲୋକମାନେ ନାପସନ୍ଦ କରୁଛନ୍ତି।”
“ଯଦି ସେ ରାଜେନ୍ଦ୍ରଙ୍କ ନିଜ ପୁଅ ହୋଇ ଥାଆନ୍ତେ, ତାହାଲେ ସେ ବିଜେପିରେ କେବେ ମିଶି ନଥାନ୍ତେ। ପୋଷ୍ୟ ପୁତ୍ର ଥିଲେ, ତେଣୁ ବିଜେପିକୁ ଗଲେ। ରାଜୁ ଢୋଲକିଆଙ୍କ ରକ୍ତ ତାଙ୍କ ଦେହରେ ପ୍ରବାହିତ ହେଉନି। ବିଜେପିରେ ପ୍ରାର୍ଥୀ ନାହାନ୍ତି, ତେଣୁ ସେ ଅନ୍ୟ ଦଳରୁ ନେଉଛନ୍ତି। ଯାହାକୁ ଆମେ କଡା ନିନ୍ଦା କରୁଛୁ।” ବୋଲି ପ୍ରତାପ ଜେନା କହିଛନ୍ତି।