ବରଗଡ଼, ୧୪/୧୦: ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଧନୁଯାତ୍ରା। ଜାନୁଆରୀ ୩ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ। ଧନୁଯାତ୍ରା ମହୋତ୍ସବ ସମିତି ବୈଠକରେ ଧନୁଯାତ୍ରା ନେଇ ତାରିଖ ଘୋଷଣା ହୋଇଛି।
ଏଥର ଧନୁଯାତ୍ରା ପାଇଁ ନୂଆ କରି ଚୟନ ହେବେ କଂସ ମହାରାଜା ସମେତ ପାତ୍ର, ମନ୍ତ୍ରୀ ପ୍ରମୁଖ କଳାକାର। ଏହି ସୂଚନା ଦେଇଛନ୍ତି ଧନୁଯାତ୍ରାର ସଭାପତି ତଥା ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ।