କେରଳ, ୨୨/୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ କେରଳ ଗସ୍ତରେ ଅଛନ୍ତି। କିନ୍ତୁ ହେଲିକପ୍ଟର ଯୋଗେ କେରଳରେ ପହଞ୍ଚିବା ପୂର୍ବରୁ ଘଟିଯାଇଛି ବଡ଼ ଅଘଟଣ। ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ପଥନାମଥିତ୍ତର ପ୍ରମଦମରେ ଲ୍ୟାଣ୍ଡିଂ ବେଳେ କଂକ୍ରିଟ ହେଲିପ୍ୟାଡରେ ଫସି ଯାଇଥିଲା। ହେଲିକପ୍ଟରର ଚକ ଫସିଥିବା ଫଳରେ ହେଲିପ୍ୟାଡଟି ରହି ଯାଇଥିଲା। ଯାହା ଫଳରେ ପୋଲିସ ଓ ଏୟାରଫୋର୍ସ ଅଧିକାରୀମାନଙ୍କୁ ହେଲିକେପ୍ଟରକୁ ଠେଲି ଠେଲି ନେବାକୁ ପଡ଼ିଥିଲା।
ରାଷ୍ଟ୍ରପତି ସାବରୀମାଳା ମନ୍ଦିରରେ ପ୍ରାର୍ଥନା କରିବାକୁ ଯୋଜନା କରିଥିଲେ।