ନୂଆପଡ଼ା, ୨୨/୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀମାନଙ୍କ ନାମାଙ୍କନପତ୍ର ଯାଞ୍ଚ ହେଉଥିଲା। ଆଜି ନାମାଙ୍କନ ପତ୍ର ଯାଞ୍ଚ ପରେ ନାମାଙ୍କନ ଭରିଥିବା ମୋଟ ୧୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଛି। ଏଥି ସହ ୧୪ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି। ନାକଚ ପ୍ରାର୍ଥୀଙ୍କ ନାମ ହେଲା ରାଜାରାମ ସାହୁ- ବହୁଜନ ସମାଜ ପାର୍ଟି, ସୀତାରାମ ବେହେରା – ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ, କମଲ କୁମାର ଛତ୍ରିଆ – ସ୍ଵାଧୀନ, ପୁରୁଷୋତ୍ତମ ବେହେରା- ସ୍ଵାଧୀନ, ଭୁଜବଳ ଆଡବାଙ୍ଗ – ସ୍ଵାଧୀନ ପ୍ରାର୍ଥୀ। ଆସନ୍ତା ୨୪ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।
Prev Post
Next Post