ଉଗାଣ୍ଡା, ୨୨/୧୦: ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରାଜପଥରେ ଦୁଇଟି ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ଏକାଧିକ ଆହତ ହୋଇଛନ୍ତି।
ବୁଧବାର କିଟାଲେବା ଗାଁରେ କାମ୍ପାଲା-ଗୁଲୁ ରାଜପଥରେ ପ୍ରାୟ ୧୨ଟା ୧୫ରେ ବସ୍ ଧକ୍କା ହେବା ପରେ ଉଗାଣ୍ଡା ପୋଲିସ ଫୋର୍ସ ୬୩ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ “ଅନେକ” ଆହତ ହୋଇଥିବା ନିଶ୍ଚିତ କରିଛି।
ସ୍ଥାନୀୟ ପୋଲିସ ନିଶ୍ଚିତ କରିଛି ଯେ ଏହି ଦୁର୍ଘଟଣାରେ ମୋଟ ଚାରୋଟି ଯାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ ଏକ କାର୍ ଏବଂ ଟ୍ରକ୍ ଅନ୍ତର୍ଭୁକ୍ତ। ଓଭରଟେକିଂ ଯୋଗୁଁ ଏହି ଧକ୍କା ହୋଇଥିବା କୁହାଯାଇଛି।