ବ୍ରହ୍ମପୁର, ୨୩/୧୦: ଆଇନଜୀବୀ ପୀତବାସ ହତ୍ୟାକାଣ୍ଡରେ ସମ୍ପୃକ୍ତ ବିକ୍ରମଙ୍କ ଘନିଷ୍ଠ ବନ୍ଧୁ ଗିରଫ। ବିକ୍ରମ ପଣ୍ଡାଙ୍କ ଘନିଷ୍ଠ ବନ୍ଧୁ ସୁନୀଲ ହୋତା ଗିରଫ ହୋଇଛନ୍ତି। ବର୍ତ୍ତମାନ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି। ସୁଟର କୁରୁପତି ଭୂୟାଁକୁ ଆଶ୍ରୟ ଦେଇଥିଲେ ସୁନୀଲ।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ସାର୍ପ ସୁଟର ଲଗାଇ ହତ୍ୟା କରିଥିଲେ ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ। ଦୀର୍ଘ ଦିନ ପରେ ପୋଲିସ ବିକ୍ରମ ପଣ୍ଡାଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଥିଲା। ଏହା ପରେ ସୁଦର୍ଶନ ଜେନା ଯିଏ କି ବିକ୍ରମ ପଣ୍ଡାଙ୍କ ଘନିଷ୍ଠ ବନ୍ଧୁ ସେ ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଥିଲେ।