ବାତ୍ୟା ଅପଡେଟ୍: ଏଇଠି ଲ୍ୟାଣ୍ଡଫଲ ହେବ ‘ମୋନ୍ଥା’

ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକାଙ୍କ ସୂଚନା

ଘଣ୍ଟା ପ୍ରତି ୧୦୦ କି.ମି. ବେଗରେ ବହିବ ପବନ

ଭୁବନେଶ୍ଵର, ୨୫/୧୦: ଅତ୍ୟନ୍ତ ତୀବ୍ର ବେଗରେ ମାଡ଼ି ଆସୁଥିବା ବାତ୍ୟା ‘ମୋନ୍ଥା’କୁ ନେଇ ବଡ଼ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି। ମିଳିଥିବା ସୂଚନା ମୁତାବକ, ଆସନ୍ତା ୨୮ ତାରିଖ ସନ୍ଧ୍ୟା ପରେ ଆନ୍ଧ୍ର କାକିନଡ଼ା ପାଖରେ ବାତ୍ୟା ଲ୍ୟାଣ୍ଡଫଲ୍‌ ହେବ। ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ଭିତରେ କାକିନଡ଼ାରେ ଲ୍ୟାଣ୍ଡଫଲ୍ ହେବ। ଏହା ଭୀଷଣ ବାତ୍ୟାର ରୂପ ନେଇ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍‌ ବେଳେ ଘଣ୍ଟା ପ୍ରତି ପବନର ବେଗ ୯୦ରୁ ୧୦୦ କିମି ରହିବ।