ଦକ୍ଷିଣ ଓଡ଼ିଶାରେ ବାତ୍ୟା ପ୍ରଭାବ

୮୦ କିମି ପର୍ଯ୍ୟନ୍ତ ପବନ ବହିବ

ଭୁବନେଶ୍ଵର, ୨୬/୧୦: ବାତ୍ୟାରେ ଦକ୍ଷିଣ ଓଡ଼ିଶା ବେଶୀ ପ୍ରଭାବିତ ହେବା ଆଶଙ୍କା। ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଉପକୂଳରେ ବର୍ଷା ସହିତ ୨୭ ସନ୍ଧ୍ୟାରୁ ପବନ ବହିବା ଆରମ୍ଭ ହେବ। ୨୭ ତାରିଖ ସନ୍ଧ୍ୟାରୁ ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

୨୮ ତାରିଖ ବେଳକୁ ପବନ ବେଗ ୬୦ରୁ ୭୦ କିମିକୁ ବଢ଼ିବ। ବେଳେ ବେଳେ ପବନର ବେଗ ୮୦ କିମି ଛୁଇଁବା ସମ୍ଭାବନା। ୨୯ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପବନର ବେଗ ରହିବ

ଉତ୍ତର ଓଡ଼ିଶା ଉପକୂଳରେ ମଧ୍ୟ ୨୮ ଓ ୨୯ରେ ପବନ ବହିବ। ସେହିପରି ଉତ୍ତର ଓଡ଼ିଶା ଉପକୂଳରେ ୪୦ରୁ ୫୦ କିମି ପବନ ସମ୍ଭାବନା ରହିଛି।