ଆଶୁକବି ହେମନ୍ତ ଜେନାଙ୍କୁ ପ୍ରେମଚାନ୍ଦ ସାହିତ୍ୟ ସମ୍ମାନ

ଜାତୀୟ ସମ୍ମିଳନୀ ଓ ପ୍ରତିଭା ସମ୍ମାନ ସମାରୋହ ଉତ୍ସବ ଆୟୋଜିତ

କେନ୍ଦ୍ରାପଡ଼ା, ୨୬/୧୦: ଜିଲ୍ଲାର ଅଗ୍ରଣୀ ସାହିତ୍ୟ ପ୍ରତିଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ ଆଶୁ କବି ହେମନ୍ତ ଜେନାଙ୍କୁ ତାଙ୍କ ନିରବଚ୍ଛିନ୍ନ ସାହିତ୍ୟ ସେବା ପାଇଁ “ପ୍ରେମଚାନ୍ଦ ସାହିତ୍ୟ ସମ୍ମାନ” ପ୍ରଦାନ କରାଯାଇଛି। ପୁରୀ ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ପ୍ରାୟୋଜିତ ରାଜ୍ୟର ପ୍ରମୂଖ ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍ ଇଣ୍ଡିଆର ତ୍ରୟୋଦଶ ବାର୍ଷିକ ଉତ୍ସବରେ ଆଶୁ କବିଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ପ୍ରଶଂସା ଫଳକ ଓ ଅଙ୍ଗବସ୍ତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଡଃ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ସମ୍ମିଳନୀ ଓ ପ୍ରତିଭା ସମ୍ମାନ ସମାରୋହ ଉତ୍ସବରେ ବରେଣ୍ୟ ଅତିଥି ଭାବେ ପ୍ରାକ୍ତନ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପ୍ରାକ୍ତନ ବିଧାନସଭା ସଚିବ ଦାଶରଥି ଶତପଥୀ, ବିଶିଷ୍ଟ ସାହିତ୍ୟିକ ପ୍ରଫେସର ମୀନକେତନ ଦାସ, ପୀୟୁଷ ପଟ୍ଟନାୟକ, ଅଶୋକ କୁମାର ମହାପାତ୍ର ଆଦି ଯୋଗଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରକାଶ ଥାଉ କି ; ସମ୍ବର୍ଦ୍ଧିତ ବ୍ୟକ୍ତିତ୍ଵ ଶ୍ରୀ ଜେନା ଦୀର୍ଘ ଚାଳିଶ ବର୍ଷ ଧରି ରାଜଶ୍ରୀ ଅନୁଷ୍ଠାନ ମାଧ୍ୟମରେ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ଉତ୍ସର୍ଗୀକୃତ ଭୂମିକା ଗ୍ରହଣ କରି ଦେଶବିଦେଶରେ ଶତାଧିକ ସାହିତ୍ୟ ଅନୁଷ୍ଠାନ ଏବଂ ସହସ୍ରାଧିକ କବି କଥାକାର ମାନଙ୍କୁ ପ୍ରୋତ୍ସା଼ହନ ଦେଇ ସାହିତ୍ୟ କ୍ଷେତ୍ରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ପୂର୍ବକ ଶତାଧିକ ପତ୍ର ପତ୍ରିକା ସମ୍ପାଦନା କରିବା ସଙ୍ଗେ ସଙ୍ଗେ ରାଜଶ୍ରୀ ସାହିତ୍ୟ ପତ୍ରିକା ଏବଂ ମାସିକ ଶିଶୁ ଓ କିଶୋର ପତ୍ରିକା ଧୋ’ରେ ବାଇଆ ଧୋ’ ସମ୍ପାଦନା କରି ସାରସ୍ଵତ ଜଗତରେ ଉଚ୍ଚ ପ୍ରଶଂସିତ। ତାଙ୍କର ଏହି ସାଫଲ୍ୟ ପାଇଁ ରାଜଶ୍ରୀର ମାର୍ଗଦର୍ଶକ କବି ସଞ୍ଜୟ କୁମାର ରଥ, ଉପଦେଷ୍ଟା ଗବେଷକ ଲୋକନାଥ ମିଶ୍ର, ସଭାପତି ବିଶିଷ୍ଟ ପରିବେଶବିତ୍ କାଶୀନାଥ ରାଉତରାୟ , କାର୍ଯ୍ୟକାରୀ ସଭାପତି କବିମଞ୍ଜୁଳ ମଞ୍ଜୁଶ୍ରୀ ବରାଳ , ଉପଦେଷ୍ଟା କବି ବିପିନ ବିହାରୀ ବାରିକ, ପ୍ରାବନ୍ଧିକ ବାବାଜୀ ଚରଣ ଦାସ, ନାଟ୍ୟକାର ଡଃ ରମାକାନ୍ତ ନାୟକ, କବି ଭକ୍ତ ଚରଣ ସାହୁ, ଶିକ୍ଷାବିତ୍ ଡଃ ଯୁଧିଷ୍ଠିର ଖଟୁଆ, ଯୁଗ୍ମ ସମ୍ପାଦିକା କବି ସୁପ୍ରିୟା ସାହୁ ,ସୌଜନ୍ୟ ସମ୍ପାଦକ କବି ବ୍ରଜ ସୁନ୍ଦର ସାହୁ, କବି ତରୁଣ କୁମାର ମିଶ୍ର, କବି ଅର୍ଜୁନୀ ଚରଣ ବେହେରା, କବି ପ୍ରେମଲତା ଗିରି, କବି ସନ୍ନିଭା ମିଶ୍ର ଦାଶ , କବି ଶୋଭାମୟୀ ପତ୍ରୀ, କାର୍ଯ୍ୟକାରୀ ସଦସ୍ୟ ସଞ୍ଜୟ ମିଟୁ ଜେନା, ରାଜେଶ ପଣ୍ଡା , ଦୁଷ୍ମନ୍ତ କୁମାର ମଲ୍ଲିକ ଏବଂ ଅକ୍ଷୟ କୁମାର ତରାଇ ଆଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।