ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଐତିହାସିକ ଉଡ଼ାଣ

ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ରାଫେଲ୍‌ରେ ଉଡ଼ିଲେ

ହରିୟାଣା, ୨୯/୧୦: ରାଫେଲ୍‌ରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅମ୍ବାଲା ଏୟାରବେସରୁ ଉଡାଣ ଭରିଲେ ରାଷ୍ଟ୍ରପତି ମୁର୍ମୁ। ଅପରେସନ ସିନ୍ଦୂରରେ ବ୍ୟବହୃତ ରାଫେଲ୍‌ରେ ଉଡିଲେ। ଭାରତୀୟ ବାୟୁସେନା ମୁଖ୍ୟ ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ ସିଂହ ନିଜେ ରାଫେଲ ବିମାନ ଉଡ଼ାଇଥିଲେ। ଏହି ପୂର୍ବରୁ ମୁର୍ମୁଙ୍କୁ ଅମ୍ବାଲା ବାୟୁସେନା ଷ୍ଟେସନରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।

ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ହେଉଛନ୍ତି ରାଷ୍ଟ୍ରପତି। ୮ ଏପ୍ରିଲ୍ ୨୦୨୩ରେ ଆସାମର ତେଜପୁର ବାୟୁସେନା ଷ୍ଟେସନରେ ସୁଖୋଇ-୩୦ ଏମକେଆଇ ଲଢ଼ୁଆ ବିମାନରେ ଉଡ଼ାଣ କରିଥିଲେ ଏବଂ ଏପରି ଉଡ଼ାଣ ଭରିବାରେ ତୃତୀୟ ରାଷ୍ଟ୍ରପତି ହୋଇଥିଲେ। ରାଫେଲରେ ଉଡିବାରେ ଦ୍ରୌପଦୀ ମୁର୍ମୁ ହେଉଛନ୍ତି ପ୍ରଥମ ମହିଳା ରାଷ୍ଟ୍ରପତି।

ପହଲଗାମରେ ଏପ୍ରିଲ ୨୨ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ଅପରେସନ ସିନ୍ଦୂର ସମୟରେ ରାଫେଲ ଯୁଦ୍ଧ ବିମାନ ବ୍ୟବହାର କରିଥିଲା।