ନୂଆପଡ଼ା, ୧୪/୧୧: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ୧୫ ରାଉଣ୍ଡ ସୁଦ୍ଧା ୫୦ ହଜାର ୬୫୬ ଭୋଟ୍ରେ ଆଗୁଆ ଅଛନ୍ତି।
୧୫ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୭୩,୭୪୫ ଭୋଟ ମିଳିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ସ୍ନେହାଙ୍ଗିନୀ। ତାଙ୍କୁ ୨୩,୦୮୯ ଭୋଟ୍ ମିଳିଛି। ତୃତୀୟ ସ୍ଥାନରେ ଘାସିରାମଙ୍କୁ ୨୨,୬୧୮ ଭୋଟ୍ ମିଳିଛି।