ପରମ୍ପରା ବିକାଶ ଯାତ୍ରା ଜରିଆରେ “ଆସ ଆମେ ଶୁଣିବା” ଅଭିଯାନ
ଆଦିବାସୀ ସମ୍ପ୍ରଦାୟର ଜ୍ଞାନକୌଶଳଗୁଡିକୁ ପୁର୍ନଜୀବିତ କରିବାର ପ୍ରୟାସ
ଭୁବନେଶ୍ଵର, ୧୫/୧୧: ବିର୍ସା ମୁଣ୍ଡା ଜୟନ୍ତୀ ଏବଂ ଜନଜାତୀୟ ଗୌରବ ଦିବସ ପରିପ୍ରେକ୍ଷିରେ ଆତ୍ମଶକ୍ତି ଟ୍ରଷ୍ଟ, ରାଜ୍ୟ ସ୍ତରୀୟ ଲୋକ ସଙ୍ଗଠନ ଓଡ଼ିଶା ଶ୍ରମଜୀବୀ ମଞ୍ଚ (OSM), ଏବଂ ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା (MSMO) ସମେତ ଏହାର ରାଜ୍ୟ ସ୍ତରୀୟ ସହଯୋଗୀ ସଙ୍ଗଠନ ଦ୍ବାରା ରାଜ୍ୟର ୧୮ଟି ଜିଲ୍ଲାରେ “ପରମ୍ପରା ବିକାଶ ଯାତ୍ରା”ର ଶୁଭାରମ୍ଭ ହୋଇଛି, ଯାହାକି ଆଦିବାସୀ ସମ୍ପ୍ରଦାୟର ଜ୍ଞାନକୌଶଳଗୁଡିକୁ ଚିହ୍ନଟ ଓ ସରଂକ୍ଷଣ ଦ୍ଵାରା ପୁର୍ନଜୀବିତ କରିବାର ପ୍ରୟାସ ଜାରି ରଖିବ।
୨୦୦୯ ମସିହାରୁ ଆତ୍ମଶକ୍ତି ଟ୍ରଷ୍ଟ ଏହାର ରାଜ୍ୟ ସ୍ତରୀୟ ଲୋକ ସଙ୍ଗଠନ ଓଡ଼ିଶା ଶ୍ରମଜୀବୀ ମଞ୍ଚ (OSM), ଏବଂ ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା (MSMO) ସମେତ ନିଜର ଜିଲ୍ଲା ସ୍ତରୀୟ ସହଯୋଗୀ ସଙ୍ଗଠନ ଦ୍ବାରା ରାଜ୍ୟର ୧୮ ଟି ଜିଲ୍ଲାର ୧୧ ଲକ୍ଷରୁ ଅଧିକ ଦଳିତ ଓ ଆଦିବାସୀ ପରିବାର ନିକଟରେ ପହଞ୍ଚି ସେମାନଙ୍କ ଉନ୍ନତ ଜୀବନଶୈଳୀ ନିମନ୍ତେ ପୋଷଣ, କୃଷି, ଶିକ୍ଷା ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଭିନ୍ନ ପ୍ରଚେଷ୍ଟା ଜାରିରଖିଛି।
ଚଳିତ ୧୫ ତାରିଖ ଦିନ ଆରମ୍ଭ ହୋଇଥିବା ଏହି “ପରମ୍ପରା ବିକାଶ ଯାତ୍ରା” ଜରିଆରେ ଆଦିବାସୀ ସମୁଦାୟକୁ ଶୁଣିବା ଏବଂ ଶିଖିବା ନେଇ ଏକ ସ୍ଵତନ୍ତ୍ର ପ୍ରସଙ୍ଗ ରହିଛି। ଆଦିବାସୀ ସମ୍ପ୍ରଦାୟରେ ରହିଥିବା ଲୁକାୟିତ ଜ୍ଞାନକୌଶଳ ଗୁଡିକୁ ସଂଗ୍ରହ ଏବଂ ପରିପ୍ରକାଶ କରିବା ପାଇଁ ପ୍ରସ୍ତୁତି ଜାରି ରହିଛି। ରାଜ୍ୟର ଆଦିମ ଅଧିବାସୀମାନଙ୍କର ଜଙ୍ଗଲ, ଭୂମି, ଖାଦ୍ୟ, ସ୍ୱାସ୍ଥ୍ୟ, ସଂସ୍କୃତି ଏବଂ ଜୀବିକା ସମ୍ବନ୍ଧରେ ଥିବା ଜ୍ଞାନ ଏବଂ ପ୍ରୟୋଗକୁ ଜାଣିବା ଓ ଏହାର ଏକ ପ୍ରାମାଣିକ ପ୍ରସ୍ତୁତି ସହିତ ବର୍ତ୍ତମାନ ପିଢିର ଜୀବନଶୈଳୀ ସହ ସଂଯୋଗ କରିବା ହେଉଛି ଏହି ଯାତ୍ରାର ମୂଳ ଲକ୍ଷ ଯାହାକି, ନଭେମ୍ବର ୧୫, ୨୦୨୫ ଠାରୁ ମାର୍ଚ୍ଚ ୧୫, ୨୦୨୬ ପର୍ଯ୍ୟନ୍ତ ଜାରିରହିବ। ଏଥିସହିତ, ସେମାନଙ୍କର ଜ୍ଞାନକୌଶଳ ଏବଂ ଆଶା/ଆକାଂକ୍ଷାକୁ ସମ୍ମାନ ଦେଇ ଏହି ଶୁଣିବା ଅଭିଯାନକୁ ପାଳନ କରାଯିବ।
“ଆସ ଆମେ ଶୁଣିବା” ଅଭିଯାନର କାର୍ଯ୍ୟସୂଚୀ; ଗାଁ ବୈଠକ – ସ୍ଥାନୀୟ ପରିବେଶ ଏବଂ ଜଳବାୟୁ ଜ୍ଞାନର ଆଲୋଚନା ସ୍ଥଳ ଜଙ୍ଗଲ ଚାଲ କାର୍ଯ୍ୟକ୍ରମ ଦ୍ୱାରା ଜଙ୍ଗଲରୁ ମିଳୁଥିବା ବିଭିନ୍ନ ପ୍ରକାରର ଔଷଧିୟ ଚେରମୂଳିର ଚିହ୍ନଟ ପାରମ୍ପରିକ କ୍ରୀଡ଼ା ଓ କସରତକୁ ପୁନର୍ଜୀବିତ କରିବା ବିକଶିତ ଭାରତ ୨୦୪୭ ର ସ୍ଵପ୍ନକୁ ସାକାର କରିବା ପାଇଁ କାର୍ଯ୍ୟ ପନ୍ଥା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଗୁରୁଜନଙ୍କ ଚିଠି: ଜୈବ ବିବିଧତା ଓ ପରିବେଶ ବଞ୍ଚାଅ ନେଇ ଯୁବ ପିଢ଼ିଙ୍କୁ ପତ୍ର ଲେଖନ ପରିବର୍ତ୍ତନ ପାଇଁ ରିଲସ୍: ପାରମ୍ପରିକ ସଙ୍ଗୀତ-ନୃତ୍ୟ, କଳା ଏବଂ ସାଂସ୍କୃତିକ ଅଭ୍ୟାସ ଗୁଡିକର ଅଭିବ୍ୟକ୍ତି ‘ଛଅ ତିଅଣ ନଅ’ ଭଜା: ପୃଷ୍ଟିହୀନତାର ମୁକାବିଲା କରିବା ପାଇଁ ବିଭିନ୍ନ ପାରମ୍ପରିକ ଖାଦ୍ୟ ଏବଂ ତାର ପ୍ରସ୍ତୁତି ପ୍ରଣାଳୀ ଭଏସ୍ ରିପୋର୍ଟ: ବିକଶିତ ଭାରତ ୨୦୪୭ ପାଇଁ ସମୁଦାୟର ପ୍ରସ୍ତାବ ଗୁଡିକୁ ଶୁଣିବା କାର୍ଯ୍ୟକ୍ରମ “ଆସ ଆମେ ଶୁଣିବା” ଅଭିଯାନର ମୌଳିକ ଲକ୍ଷ- ଭାରତର ସମୁଦାୟ ଜନସଂଖ୍ୟାର ୮.୯% ଭାଗ ଆଦିବାସୀ ହୋଇଥିବାବେଳେ ସେମାନେ ଜୈବ ବିବିଧତା, ପରମ୍ପରା ଚେରମୂଳୀ ବା ଔଷଧ, ପରିବେଶ ସୁରକ୍ଷା, ଖାଦ୍ୟପେୟ, ସଂସ୍କୃତି ଇତ୍ୟାଦିର ଭଣ୍ଡାର ଅଟନ୍ତି, ଯାହାକି ଦେଶବ୍ୟାପୀ ଶିଳ୍ପାୟନରେ ଦ୍ରୁତ ପରିବର୍ତ୍ତନର ପ୍ରଭାବରେ କ୍ଷୟ ହେବାରେ ଲାଗିଛି। ତେଣୁ, ଏହି ଯାତ୍ରା ମାଧ୍ୟମରେ ଓଡ଼ିଶା ରାଜ୍ୟର ଆଦିବାସୀ ସମୁଦାୟଙ୍କ ସହିତ ମିଶିକରି ସେମାନଙ୍କର ପାରମ୍ପରିକ ଚାଷ, ଖାଦ୍ୟବ୍ୟବସ୍ଥା ଏବଂ ଔଷଧୀୟ ଜ୍ଞାନଗୁଡିକୁ ଚିହ୍ନଟ କରି ଡିଜିଟାଲ୍ ପ୍ରକ୍ରିୟାରେ ଲିପିବଦ୍ଧ କରାଯିବ। ଏଥିସହିତ, ଓଡ଼ିଶାର ପରମ୍ପରା ଜ୍ଞାନ, ଜଳବାୟୁ ସହନଶୀଳତା ଏବଂ ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ନେଇ ଏକ ପ୍ରାମାଣିକ ପ୍ରସ୍ତୁତ କରିବା ଏବଂ ସର୍ବଶେଷରେ, ଯୁବଗୋଷ୍ଠୀ, ମହିଳା ଓ ବୟସ୍କ ବ୍ୟକ୍ତିବିଶେଷଙ୍କୁ ଏହି ପାରମ୍ପରିକ ଜ୍ଞାନର ରକ୍ଷକ ଭାବେ ସାମିଲ କରି ଏହି ଯାତ୍ରାକୁ ସମ୍ପୂର୍ଣ୍ଣ ରୂପେ ଆଦିବାସୀ ସମୁଦାୟ ଦ୍ୱାରା ପରିଚାଳିତ କରାଇବାର ଯୋଜନା ରହିଛି।
ଜିଲ୍ଲା ସ୍ତରୀୟ ଲୋକ ସଙ୍ଗଠନ ଦ୍ଵାରା ଆରମ୍ଭ ହୋଇଥିବା ଏହି “ପରମ୍ପରା ବିକାଶ ଯାତ୍ରା” ମାଧ୍ୟମରେ ପାରମ୍ପରିକ ଜ୍ଞାନକୁ ବ୍ୟବହାର କରି ବର୍ତ୍ତମାନର ପିଢିର ଜୀବନଶୈଳୀରେ ସଂଯୋଗ କରିବା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।