ବେଦାନ୍ତ ଆଇରନ୍ ଓର୍ ଓଡ଼ିଶା ପକ୍ଷରୁ ସାମୁଦାୟିକ ସଚେତନତା ଏବଂ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ବିଶ୍ୱ ମଧୁମେହ ଦିବସ ପାଳିତ

ଝାରସୁଗୁଡ଼ା, ୧୬/୧୧: “ମଧୁମେହ ଏବଂ ସୁସ୍ଥତା” ବିଷୟବସ୍ତୁ ଉପରେ ୨୦୨୫ ମସିହାର ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ବେଦାନ୍ତ ଆଇରନ୍ ଓର୍ ଓଡ଼ିଶା (ଆଇଇଓଓ) ପକ୍ଷରୁ ମଧୁମେହର ପ୍ରାରମ୍ଭିକ ଚିହ୍ନଟ, ପ୍ରତିରୋଧ ଏବଂ ପରିଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ନିକଟସ୍ଥ ଗ୍ରାମଗୁଡ଼ିକରେ ମଧୁମେହ ସଚେତନତା ଏବଂ ସ୍ୱାସ୍ଥ୍ୟ ଯାଂଚ୍ ଶିବିର ଆୟୋଜନ କରାଯାଇଥିଲ। । ଏହି ପଦକ୍ଷେପର ଲକ୍ଷ୍ୟ ମଧୁମେହ ସମୟରେ ଆବଶ୍ୟକ କାର୍ଯ୍ୟ ଅନ୍ତର୍ଗତ ଶାରୀରିକ ଓ ଭାବପ୍ରବଣ ସୁସ୍ଥତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ା

ରେଙ୍ଗାଲବେଡା, ଗୁଆଲି, ନାଡିଡିହି, ନୂଆ ଗାଁ ଏବଂ କେନ୍ଦୁଡିହି ଗ୍ରାମରେ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ ସହିତ ବାସିନ୍ଦାମାନଙ୍କୁ ମାଗଣା ପରାମର୍ଶ ଏବଂ ମଧୁମେହ ସ୍କ୍ରିନିଂ ପ୍ରଦାନ କରାଯାଇଥିଲା । ଶିବିରଗୁଡ଼ିକର ନେତୃତ୍ୱ ବେଦାନ୍ତର ମୋବାଇଲ୍ ହେଲ୍‌ଥ ୟୁନିଟ୍ (ଏମଏଚୟୁ) ଡାକ୍ତର ମୋହନ କୁମାର ନେଇଥିଲେ । ଗୋଷ୍ଠୀର ସଦସ୍ୟମାନଙ୍କର ସ୍ୱାସ୍ଥ୍ୟ ସ୍ଥିତି ବୁଝି ମଧୁମେହ ପରିଚାଳନା ପାଇଁ ସକ୍ରିୟ ପଦକ୍ଷେପ ନେବା ପାଇଁ ସଚେତନତା ଅଧିବେଶନ ଏବଂ ଗ୍ଲୁକୋଜ୍ ସ୍ତର ଯାଂଚ୍ କରାଯାଇଥିଲା ।

ଏହି ପଦକ୍ଷେପ ସମ୍ପର୍କରେ ବେଦାନ୍ତ ଆଇରନ୍ ଓର ଓଡ଼ିଶାର ସିଓଓ ବିଶ୍ୱନାଥ ସାହୁ କହିଲେ, ବେଦାନ୍ତ ଆଇରନ୍ ଓର ଓଡ଼ିଶାରେ, ଆମେ ଆମ ଆଖପାଖର ଗୋଷ୍ଠୀଙ୍କର ଜୀବନ ଧାରଣମାନକୁ ବିକଶିତ କରିବା ପାଇଁ ପ୍ରତଶ୍ରତିବଦ୍ଧ । ମଧୁମେହ ଏକ ବଢ଼ୁଥିବା ଚିନ୍ତାର ବିଷୟ । ବିଶେଷକରି ଗ୍ରାମାଂଚଳରେ ସଚେତନତା ଏବଂ ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ ସ୍ଥିତି ସୀମିତ ରହିଛି । ଆମର ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଏବଂ ମୋବାଇଲ୍ ହେଲ୍‌ଥ ୟୁନିଟ୍ ମାଧ୍ୟମରେ ତଥା ପ୍ରଚାର ଦ୍ୱାରା ଆମେ ପ୍ରତିରୋଧକ ସ୍ୱାସ୍ଥ୍ୟସେବା ସଚେତନତା ସୃଷ୍ଟି କରିବା ଏବଂ ପ୍ରତ୍ୟେକ ବ୍ୟକ୍ତି ଯେଭଳି ସମୟାନୁସାରେ ଚିକିତ୍ସା ସହାୟତା ପାଇପାରିବେ ତାହା ନିଶ୍ଚିତ କରିବାର ଲକ୍ଷ୍ୟ ରଖିଛୁ ।

ଏହି ପଦକ୍ଷେପ ପାଇଁ କୃତଜ୍ଞତା ପ୍ରକାଶ କରି, ନାଡ଼ିଡିହି ଗ୍ରାମର ବାସିନ୍ଦା ମାନୁଆଲ୍ ବାର୍ଲା କହିଲେ, ମୁଁ କିଛି ସମୟ ପାଇଁ ଅସୁସ୍ଥ ଅନୁଭବ କରୁଥିଲି କିନ୍ତୁ ଜାଣି ନଥିଲି ଯେ, ଏହା ମଧୁମେହ ପାଇଁ ହେଉଛି । ଶିବିରରେ ମୋର ଯାଂଚ୍ କରାଇବା ଏବଂ ମୋ ଗାଁରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ଏନେଇ ମୁଁ ଜାଣି ପାରିଥିଲି । ମୋବାଇଲ୍ ହେଲ୍‌ଥ ୟୁନିଟ୍ ନିୟମିତ ଭାବରେ ଆମ ଅଂଚଳକୁ ଆେିଥାଏ । ଯାହା ଦ୍ୱାରା ଆମେ ଦୂର ହସ୍ପିଟାଲକୁ ନାଯାଇ ଘର ପାଖରେ ଡାକ୍ତରୀ ପରାମର୍ଶ ସହଜରେ ପାଇ ପାରୁଛୁ । ଆମ ପରି ଦୂରଦୂରାନ୍ତ ଗାଁରେ ରହୁଥିବା ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଆମ ଦ୍ୱାରଦେଶକୁ ପହଂଚି ପାରିଛି । ଏହି ଶିବିରଗୁଡ଼ିକ ଆୟୋଜନ କରିବା ଏବଂ ଆମ ସ୍ୱାସ୍ଥ୍ୟର ଯତ୍ନ ନେଉଥିବାରୁ ମୁଁ ବେଦାନ୍ତଙ୍କ ନିକଟରେ କୃତଜ୍ଞ ।

ବେଦାନ୍ତ ଆଇଓଓର ମୋବାଇଲ୍ ହେଲ୍‌ଥ ୟୁନିଟ୍ (ଏମଏଚୟୁ) ବଡ଼ବିଲ୍ ଏବଂ ଏହାର ଆଖପାଖର ଗୋଷ୍ଠୀ ସଦସ୍ୟର ସଦସ୍ୟଙ୍କୁ ମୌଳିକ ଚିକିତ୍ସା ସେବା ଯୋଗାଇଥାଏ ଏବଂ ନାଡ଼ିଡିହି ଏବଂ ରେଙ୍ଗାଲବେଡା ଭଳି ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଗତ ବର୍ଷ ମଧ୍ୟରେ ୪୦,୦୦୦ରୁ ଅଧିକ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇ ପାରିଛି । ସମ୍ପ୍ରତି, ବେଦାନ୍ତ ଏକ ସ୍ୱତନ୍ତ୍ର ଚକ୍ଷୁ ଯାଂଚ୍ ଏବଂ ଚଷମା ବଂଟନ ଅଭିଯାନ ମଧ୍ୟ ଆୟୋଜନ କରିଥିଲା । ଏହା ୮୦୦ ରୁ ଅଧିକ ଗୋଷ୍ଠୀ ସଦସ୍ୟଙ୍କୁ ଉପକୃତ କରାଇଥିଲା ।

ବେଦାନ୍ତ ଆଇଓଓ ଗର୍ଭାଶୟ କର୍କଟ, ପ୍ରସୂତି ଯତ୍ନ, ଋତୁସ୍ରାବ ପରିଷ୍କାର ପରିଚ୍ଛନ୍ନତା, ଜୀବନଶୈଳୀ ପରିଚାଳନା ଏବଂ ସ୍ତ୍ରୀ ରୋଗ ଉପରେ ସ୍ୱତନ୍ତ୍ର ସଚେତନତା ଅଧିବେଶନ ମାଧ୍ୟମରେ ମହିଳାମାନଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇଆସୁଛି । ଏହି ପଦକ୍ଷେପଗୁଡ଼ିକ ମହିଳାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସୂଚନା ସହିତ ସଶକ୍ତ କରି ପରିଛି ।

ନିରନ୍ତର ପ୍ରୟାସ ଦ୍ୱାରା ବେଦାନ୍ତ ଆଇରନ୍ ଓର୍ ଓଡ଼ିଶା ଗ୍ରାମୀଣ ଓଡ଼ିଶାରେ ସାମଗ୍ରିକ ଗୋଷ୍ଠୀ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଏବଂ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇ ଦେବାର ମିଶନ ।