କୁସଂସ୍କାର ବିରୋଧୀ ସଚେତନତା ପାଇଁ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

“ଅମରସାଥୀ” ତରଫରୁ ସମ୍ବର୍ଦ୍ଧିତ

ଭୁବନେଶ୍ଵର, ୨୦/୧୧: ଭୁବନେଶ୍ୱରସ୍ଥିତ ସଂସ୍କାର ମୁଖୀ ସଂଗଠନ “ଅମରସାଥୀ” ତରଫରୁ ଶିକ୍ଷାବିତ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। “ଅମରସାଥୀ”ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ନିରଞ୍ଜନ ଯୋଗାଣିଆ‌ଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି ନିହାର ରଞ୍ଜନ। କୁସଂସ୍କାର ଉପରେ ଗବେଷଣା କରିଥିବା ଓ କୁସଂସ୍କାର ବିରୋଧୀ ସଚେତନତା ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସମାଜରେ ବିଭିନ୍ନ କୁସଂସ୍କାର ବିରୋଧରେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି ନିହାର ରଞ୍ଜନ ପଟ୍ଟନାୟକ।